Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳୁ ପାଗ ହାଲକା, ଟିକେ ଶାନ୍ତି.. କାଲିଠୁ ଜାଳିବ

Manini Pattanayak
Browse all articles by Manini Pattanayak
·2 years ago·1 min read
ସକାଳୁ ପାଗ ହାଲକା,  ଟିକେ ଶାନ୍ତି.. କାଲିଠୁ ଜାଳିବ

ଭୁବନେଶ୍ୱର:  ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅଧିକ ପରିମାଣର ହୋଇଛି। ସର୍ବାଧିକ ବର୍ଷା ବରଗଡ଼ ଜିଲ୍ଲାର ଝରିବନ୍ଧ ଠାରେ ୫୭ ମିମି ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀରରେ ୨୫ ମିମି ବର୍ଷା ରେକର୍ଡ ହୋଇଛି। ଗତକାଲି ଦୈନିକ ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିରେ ୩୯.୩ ଡିଗ୍ରୀ ହୋଇଥିଲା। ସର୍ବନିମ୍ନ ୧୬.୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୩୬. ୨ ଡିଗ୍ରୀ ରେକର୍ଡ ହୋଇଥିଲା ଏବଂ କଟକରେ ୩୫।

ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସହ କିଛି ଜିଲ୍ଲାରେ ବଲାଙ୍ଗୀର, ସୋନପୁର, ନୂଆପଡା, କନ୍ଧମାଳରେ ବର୍ଷା ଅଳ୍ପ ଜାରି ରହିଛି। ଆସନ୍ତା ୨୪ ଘଂଟା ଯାଏ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି। କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ କିଛି କିଛି ଜିଲାରେ ବର୍ଷା ହୋଇପାରେ। ଦିନ ତାପମାତ୍ରା ଗତକାଲି ୪ ରୁ ୬ ଡିଗ୍ରୀ କମ ରେକର୍ଡ ହୋଇଥିଲା। ତାପମାତ୍ରା ଆହୁରି ଆଜି ୩ ଡିଗ୍ରୀ ଖସିପରେ। ଆସନ୍ତାକାଲି ଠାରୁ ଦିନ ତାପମତ୍ର ୬ରୁ ୮ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା। ରାତି ତାପମତ୍ର ସ୍ୱାଭାବିକଠୁ କମ ରହିବ। ୧୪ ତାରିଖରୁ ଉଷ୍ମ ଆଦ୍ର ପାଣିପାଗ ରହିବ। ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି, ୧୫ ତାରିଖରେ ୭ଟି ଜିଲାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିପାରେ। ଆଜିଠୁ ଧୀରେ ଧୀରେ ବର୍ଷା କମିବ। ଭୁବନେଶ୍ୱରରେ ୧୬ , ୧୭ ତାରିଖ ଆଡ଼କୁ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିପାରେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the last 24 hours, there has been heavy rainfall in various parts of the state. | Argus News