ବିଜେଡିର ପ୍ରାର୍ଥୀ ତାଲିକାରେ ସଂଗୀନ ମାମଲାର ଅଭିଯୁକ୍ତ ମାଳ ମାଳ ନେତା

ଭୁବନେଶ୍ୱର: ବଦନାମଙ୍କୁ ନବୀନଙ୍କ ଭରସା। ବିଜେଡିର ପ୍ରାର୍ଥୀ ତାଲିକାରେ ସଂଗୀନ ମାମଲାର ଅଭିଯୁକ୍ତ ମାଳ ମାଳ ନେତା। ମମିତା ହତ୍ୟାରେ ଦିବ୍ୟଶଙ୍କର। ସଂଯୁକ୍ତା କେଳେଙ୍କାରୀରେ ଶ୍ରୀକାନ୍ତ ସାହୁ, ରୁଚିକା ହତ୍ୟାକାରୀକୁ ସୁରକ୍ଷା ଘଟଣାରେ ରାଜା ସ୍ବାଇଁ, ବରଗଡ଼ ଅମ୍ବାଭୋନା ଥାନା ଆକ୍ରମଣ ମାମଲାରେ ବିବାଦୀୟ ସୁଶାନ୍ତ ସିଂଙ୍କ ଭୂମିକା। ମମିତା ମେହର ନୃଶଂସ ହତ୍ୟା ମାମଲାରେ ବିବାଦରେ ଥିଲେ ଦିବ୍ୟଶଙ୍କର ମିଶ୍ର। ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ହୋଇଥିଲା ଆନ୍ଦୋଳନ। ଖୋଦ ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ନାଁରେ ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ଦିବ୍ୟଶଙ୍କରରଙ୍କ ସଂପୃକ୍ତି ଅଭିଯୋଗରେ ବିଧାନସଭା ହେଲା ଅଚଳ॥ ମନ୍ତ୍ରୀଙ୍କୁ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ହେଲା । ରାସ୍ତାରେ ନିଆଁ ଜଳିଲା ହେଲେ ହେଲାନି କାର୍ଯ୍ୟାନୁଷ୍ଠାନ॥ ଆଉ ଏବେ ଦିବ୍ୟଶଙ୍କରଙ୍କୁ ପୁଣି ଜୁନାଗଡ ଟିକେଟ। ବିଜେଡି ନେତ୍ରୀ ସଂଯୁକ୍ତା ମହଲା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ସେତେବେଳେ ଶ୍ରୀକାନ୍ତ ଥିଲେ ଶ୍ରମ ମନ୍ତ୍ରୀ। ମାମଲା ଏବେ କୋର୍ଟରେ ବିଚରାଧିନ। ଏପଟେ ଶ୍ରୀକାନ୍ତୁ ପୁଣି ଭରସା କଲେ ଦଳର ସୁପ୍ରିମୋ।
ରୁଚିକା ମୃତ୍ୟ ମାମଲାରେ ବିବାଦକୁ ଆସିଥିଲେ ପାୱାରଫୁଲ ମନ୍ତ୍ରୀ ରାଜା ସ୍ବାଇଁ। ଝିଅର ନ୍ୟାୟ ପାଇଁ ଲଢେଇ କରୁଥିବା ମା କୁ ଲୋକେ ଲଗାଇ ରାଜାବାବୁ କରିଥିଲେ ଅସମ୍ମାନ। ଗରୁଡିଝାଟିଆ ସମବାୟ ଦୁର୍ନିତୀରେ ବି ଫସିଥିଲେ ରାଜାସ୍ବାଇଁ। ରାଜାଙ୍କୁ ଟିକେଟ ପରେ ଶୁଣନ୍ତୁ ରୁଚିକା ପରିବାର ଲୋକଙ୍କ ପ୍ରତିକ୍ରିୟା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଛନ୍ଦି ହୋଇଥିଲା ଭଟଲୀ ବିଧାୟକ ସୁଶାନ୍ତ ସିଂ॥ସୁଶାନ୍ତଙ୍କ ସମର୍ଥକ ଦିନ ଦୁଇ ପହରରେ ଥାନାରେ ପଶି ଲଙ୍କା କାଣ୍ଡ କଲେ। ପାୱାରଫୁଲ ବିଧାୟକଙ୍କ ପାୱାର ଆଗରେ ପୋଲିସ ପୁରା ନିଷ୍କ୍ରିୟ ହୋଇଗଲା। ସିସିଟିଭିରେ କଏଦ ହୋଇଥିବା ଚିତ୍ରରେ ଥିଲେ ଖୋଦ ସୁଶାନ୍ତ। ହେଲେ ନବୀନ କିନ୍ତୁ ସୁଶାନ୍ତୁ ଭରସା କରି ଟିକେଟ ଦେଲେ।
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟାକାଣ୍ଡ ଘଟଣାରେ ବିବାଦରେ ଆସିଥିଲେ ତତକାଳିନ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ । ସୌମ୍ୟଙ୍କ ପରିବାର ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ହେଲେ ପୁଣି ଟିକେଟ ପାଇଲେ ବିକ୍ରମ। ନିଜ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାରେ ବିବାଦରେ ଥିଲେ ସଞ୍ଜୟ ଦାସ ବର୍ମା। ସେତେବେଳେ ଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ। ସଞ୍ଜୟଙ୍କ ନାଁରେ ପରିବାର ଲୋକ ଆଣିଥିଲେ ଅଭିଯୋଗ। ସେହିପରି ପରୀ ହତ୍ୟାକାଣ୍ଡ ଘଟଣାରେ ବି ବିବାଦକୁ ଆସିଥିଲେ ଅରୁଣ ସାହୁ। କାମାକ୍ଷାନଗରରେ ବିଜେଡି ନେତାଙ୍କ ସିରିଜ ମୃତ୍ୟୁ ପଛରେ ପ୍ରଫୁଲ୍ଲ ମଲ୍ଲିକ ନାଁରେ ଆସିଥିଲା ଅଭିଯୋଗ। ଧର୍ମଶାଳାରେ ମାମୁଁ ଭଣଜା ଘାଇ ସହ କଳାପଥର ଲୁଟ ଅଭିଯୋଗରେ ଛନ୍ଦି ହୋଇଥିଲେ ବିଧାୟକ ପ୍ରଣବ ବଳବନ୍ତ ରାୟ। ଟେଣ୍ଡର ଫିକ୍ସି ସହ ସମବାୟ କେଳେଙ୍କାରୀରେ ବି ଫସିଥିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ତେବେ ଏ ସମସ୍ତ ବଦନାମ ନେତାଙ୍କୁ ପୁଣି ଟିକେଟ ଦେଇଛନ୍ତି ନବୀନ।
ଅଧିକ ପଢନ୍ତୁ ଓଡ଼ିଶା ଖବର