Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଜମି ଜବରଦଖଲ ପଛରେ ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର

Manini Pattanayak
Browse all articles by Manini Pattanayak
·1 year ago·2 min read
ସରକାରୀ ଜମି ଜବରଦଖଲ ପଛରେ ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର

 ମାଲକାନଗିରି: ମାଲକାନଗିରି ଜମି କେଳେଙ୍କାରୀ ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ସରକାରୀ ଜମି ଜବରଦଖଲ ପଛରେ ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର । ବିଜେଡି ଶାସନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଧର୍ମ ନାଁରେ ଚକ୍ରାନ୍ତ । ମୋଟୁ ଇସଲାମନଗର ଲ୍ୟାଣ୍ଡ ଜିହାଦ ପଛରେ କାହାର ହାତ । ଅଭିଯୋଗ, ହାଇଦ୍ରାବାଦରୁ ଲଗାତାର ଆସୁଛନ୍ତି ଅଜଣା ଲୋକ । ଜବରଦଖଲ ଜମିରେ ମଦ୍ରାସା ନିର୍ମାଣ ପାଇଁ ଚାଲିଛି ଯୋଜନା ।  ପ୍ରାୟ ଶହେ ଏକର ଜଙ୍ଗଲ ଜମିକୁ ଜବରଦଖଲ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ। ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ । ମାଲକାନଗିରି ଜିଲ୍ଲା ମୋଟୁରେ ହୋଇଥିବା ଏ ଜମି କେଳେଙ୍କାରୀକୁ ନେଇ ହୋଇଛି ସାଂଘାତିକ ଖୁଲାସା। ଅଭିଯୋଗ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋଇଛି ଲ୍ୟାଣ୍ଡ ଜିହାଦର ଭୟଙ୍କର ଷଡ଼ଯନ୍ତ୍ର। ଧର୍ମକୁ ଢାଲ କରି ଚାଲିଛି କେଳେଙ୍କାରୀ, ନାଁ ଦିଆଯାଇଛି ଇସଲାମନଗର। ଏଠାକୁ ହାଇଦ୍ରାବାଦରୁ ନିୟମିତ ଅଜଣା ଲୋକ ଆସୁଛନ୍ତି। ଏତିକି ନୁହେଁ ଜବରଦଖଲ ଜମିରେ ମଦ୍ରାସା ନିର୍ମାଣ ପାଇଁ ମଧ୍ୟ ଯୋଜନା ଚାଲିଛି। 


326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି । ଏ କେଳେଙ୍କାରୀ ପଛରେ କେଉଁ କେଉଁ ପ୍ରଶାସନିକ ଅଧିକାରୀ ଓ ବିଜେଡି ନେତାଙ୍କର ହାତ ଅଛି ତାହା ବଡ଼ ପ୍ରଶ୍ନ।  ଦଶକ ଦଶକ ଧରି ମୋଟୁରେ ଚାଲିଛି ଏ ଜମି କେଳେଙ୍କାରୀ । ସବୁ ଜାଣିଛନ୍ତି ସ୍ଥାନୀୟ ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀ। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦୁଛନ୍ତି ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜର।   ପ୍ରଶ୍ନ ହେଲା ଜବରଦଖଲ ଜମିରେ ସରକାରୀ ପ୍ରକଳ୍ପ ହେଲା କେମିତି ? ଇସଲାମନଗର କାର୍ପଟଦାରଙ୍କୁ ସୁରକ୍ଷା ଦେଉଛି କିଏ ? କାହିଁକି ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ କରୁନାହିଁ ମାଲକାନଗିରି ପ୍ରଶାସନ ? କାହା ଚାପରେ ଚୁପ୍ ବସିଛନ୍ତି ସ୍ଥାନୀୟ ରାଜସ୍ବ ଓ ଜଙ୍ଗଲ ଅଧିକାରୀ ?  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the Malkangari land scandal, fatal facts came to light. Terrible plot of land jihad behind government land grab | Argus News