Videos
|
Odisha

ବଜାରରେ ଆଳୁ କେଜି କେଉଁଠି 60, କେଉଁଠି 50 ଟଙ୍କା

Ritu Das
Browse all articles by Ritu Das
·2 years ago·1 min read
ବଜାରରେ ଆଳୁ କେଜି କେଉଁଠି 60, କେଉଁଠି 50 ଟଙ୍କା

ଅର୍ଗସ ବ୍ୟୁରୋ: କନ୍ଦାଉଛି ଆଳୁ ଦର ।  ଗୋଦାମରେ ଆଳୁ କମ୍ ଥିବା ବେଳେ ବଜାରରେ ହୁହୁ ହୋଇ ବଢି ଚାଲିଛି ଦରଦାମ୍ । ଫଳରେ ରାଜ୍ୟସାରା ଆଳୁଦର ଏବେ ଉପରମୁହାଁ ହୋଇଛି। କଟକ ଛତ୍ରବଜାର ଅର୍ବାନ ହାଟରେ ଆଳୁ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଧଡା ପ୍ରତି ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି।  ଗୋଦାମରୁ ୩୮ କେଜିର ଆଳୁ ପ୍ୟାକେଟ ପାଖାପାଖି ୨୨୦୦ ଟଙ୍କାରେ କିଣିବାକୁ ପଡୁଛି ବ୍ୟବସାୟୀଙ୍କୁ।

ଗତ ୫ ତାରିଖଠୁ ଆଳୁ ଗାଡ଼ି ଆସିନଥିବା କାରଣରୁ ବଜାରରେ ସେତେ ପରିମାଣର ଆଳୁ ନାହିଁ। ସେହିପରି ଭୁବନେଶ୍ବର ଖୁଚୁରା ବଜାରରେ ଆଳୁ କିଲୋ 45ରୁ 50 ଟଙ୍କା, ଭଦ୍ରକରେ 45 ଟଙ୍କା, ମୟୂରଭଞ୍ଜରେ 40 ଟଙ୍କା ଓ ବାଲେଶ୍ବରରେ 40 ଟଙ୍କା ରହିଛି ଦର।  

ପଶ୍ଚିମବଙ୍ଗର ମନମାନୀ ପରେ ଉତ୍ତରପ୍ରଦେଶରୁ ଆଳୁ ଆଣିଲେ ରାଜ୍ୟ ସରକାର। ଆଳୁ ସମସ୍ୟା ନେଇ ଗତକାଲି ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣ ହେବ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। 

ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ଯୋଗୁଁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ କୋଲଡ଼ ଷ୍ଟୋରେଜ ମାଲିକ ବି କୋଟି କୋଟି ଟଙ୍କା କ୍ଷତି ସହିଲେଣି। ଆଜି ଏ ନେଇ ପଶ୍ଚିମବଙ୍ଗ ସରକାର ଓ ବ୍ୟବସାୟୀଙ୍କ ଭିତରେ ବୈଠକ ହେବାକୁ ଯାଉଥିବାବେଳେ ଶୀଘ୍ର ସ୍ଥିତି ସୁଧୁରିପାରେ ବୋଲି ଆଶା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

In the market | Argus News