Videos
|
Odisha

ପଞ୍ଚାୟତରେ ପିଇଓ ଚାକିରୀ କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇଗଲେ

Smruti Parija
Browse all articles by Smruti Parija
·2 years ago·1 min read
ପଞ୍ଚାୟତରେ ପିଇଓ ଚାକିରୀ କରାଇଦେବାକୁ କହି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ନେଇଗଲେ

ଯାଜପୁର: ଚାକିରୀ ଦେବା ନାଁରେ  କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ। ଅଭିଯୁକ୍ତକୁ ଧରି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଖାନାଗୁଡା ଗ୍ରାମର ଶିକ୍ଷକ ରାମଚନ୍ଦ୍ର ଦାରୁଆଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । 

ପଞ୍ଚାୟତରେ ପିଇଓ ଚାକିରୀ କରାଇଦେବା କହି ସ୍ଥାନୀୟ ଅଞ୍ଚଳରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ। ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ତାଙ୍କର ସମ୍ପର୍କ ଥିବା କହିବା ସହ ନେତାଙ୍କ ସହିତ ଫୋଟୋ ଉଠାଇ ଲୋକଙ୍କୁ ଚୂନ ଲଗାଉଥିଲେ । 

ପିଇଓ ଫଳ ଘୋଷଣା ପରେ ଆବେଦନକାରୀଙ୍କ ନାମ ନଥିବାରୁ ରାମଚନ୍ଦ୍ରଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ମାତ୍ର ଟଙ୍କା ଫେରାଇବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ ରାମଚନ୍ଦ୍ର । ଏନେଇ ଗତ ଜାନୁଆରୀରେ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଠକାମୀର ଶିକାର ହୋଇଥିବା ଲୋକେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: