Videos
|
Odisha

ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ହେବ ତଦନ୍ତ

Ritu Das
Browse all articles by Ritu Das
·2 years ago·2 min read
ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ହେବ ତଦନ୍ତ

ଅର୍ଗସ ବ୍ୟୁରୋ: ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ। ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଟାଙ୍ଗସରଡ଼ାର ଆରଏମସି ଗୋଦାମ ଆଗର ଚିତ୍ର। ଟ୍ରକ୍ ନଂ KA34C4995. କର୍ଣ୍ଣାଟକରୁ ଆସିଥିଲା ଗାଡ଼ି। ଡ୍ରାଇଭର ପାଖରେ ଥିବା  ବିଲ୍ ରୁ  ସ୍ପଷ୍ଟ ହୋଇଥିଲା 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଥିଲା। ଖୋଦ୍ ଡ୍ରାଇଭର ବି ଏହା ସ୍ବୀକାର କରିଥିଲା। 

ଏ ଚିତ୍ର ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ   ପାଇବାରେ ବିଜେଡି ସରକାର ମିଛ ପ୍ରଚାରର ପୋଲ ଖୋଲିଥିଲା` କେବଳ କର୍ଣାଟକ ନୁହେଁ , ଆନ୍ଧ୍ର , ତେଲେଙ୍ଗାନାରୁ ବି ଆସୁଛି ମାଣ୍ଡିଆ ବୋଝେଇ ଟ୍ରକ। ଓଡିଶା ଗୋଦାମରେ ରହୁଛି। ପରେ ଓଡିଶା ଚାଷୀଙ୍କ ନାଁରେ ବଜାରକୁ ଯାଉଛି.. ଏହି ଘଟଣାକୁ ଏବେ ଗୁରତର ସହ ନେଇଛନ୍ତି ନୂଆ ସରକାର। କମିଟି ଗଠନ କରି ତଦନ୍ତ କରିବେ ବୋଲି କହିଛନ୍ତି ନୂଆ ଖାଦ୍ୟ ଯୋଗାଣ ମନ୍ତ୍ରୀ। 

କେବଳ ରାୟଗଡା ନୁହେଁ ନବରଙ୍ଗପୁରରେ ବି ମାଣ୍ଡିଆ ଚାଷୀଙ୍କୁ ଧୋକାର ପ୍ରମାଣ ପାଇଥିଲା ଅର୍ଗସ ନ୍ୟୁଜ.. ଏଠି ବି  ବାହାର  ରାଜ୍ୟରୁ ମାଣ୍ଡିଆ ଆଣି  ସ୍ଥାନୀୟ ଚାଷୀ ଉତ୍ପାଦନ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି.  ତଦନ୍ତ ନେଇ ମନ୍ତ୍ରୀଙ୍କ ବୟାନ ପରେ ଚାଷୀ ଓ ଚାଷୀ ନେତା ଖୋଲିଛନ୍ତି ପୂର୍ବ ସରକାରର ମିଛ ମିଲେଟ ପ୍ରୀତି ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଏନଜିଓଗୁଡ଼ିକ ମାଧ୍ୟମରେ ୫ ବର୍ଷ ଯାଏଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଅଛି। 

ପ୍ରଥମ ବର୍ଷ ହେକ୍ଟର ପିଛା ୧୦ ହଜାର, ଦ୍ବିତୀୟ ବର୍ଷ ୭୫୦୦, ତୃତୀୟ ବର୍ଷ ୫୦୦୦, ଚତୁର୍ଥ ଓ ପଞ୍ଚମ ବର୍ଷରେ ୨ ହଜାର ଟଙ୍କା ଲେଖାଏଁ ଚାଷୀଙ୍କୁ ଦିଆଯାଉଥିବା ପ୍ରଚାର କରାଯାଉଛି। କିନ୍ତୁ ସତ କଥା ହେଲା ନାଁ ଚାଷ ପାଇଁ ମିଳୁଛି ପ୍ରୋତ୍ସାହନ ରାଶି ନାଁ ଚାଷୀଙ୍କଠୁ କିଣାଯାଉଛି ମାଣ୍ଡିଆ। ବାହାର ରାଜ୍ୟରୁ ନିମୟିତ ଆମଦାନୀ କରିବା ପରେ ଶହ ଶହ କ୍ବିଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖାଯାଇ ଓଡ଼ିଶା ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ସ୍ଥାନୀୟ ଆଦିବାସୀ ଏହି ମାଣ୍ଡିଆ ଚାଷ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି। ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରୋତ୍ସାହନ ଦେବା ପାଇଁ କାମ କରୁଥିବା କେତେକ ଏନଜିଓ ଏବଂ ସ୍ଥାନୀୟ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମିଲେଟ୍ କେଳେଙ୍କାରୀ।  ଏବେ ତଦନ୍ତ ହେଲେ ଖୋଲିବ ଏମାନଙ୍କର ମୁଖା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

In the name of | Argus News