Videos
|
Odisha

ନଳରେ ଘରକୁ ଜଳ ଯୋଗାଣ ନାଁରେ ଅଢେଇ ଲକ୍ଷ ଲୋକଙ୍କୁ ପ୍ରବଞ୍ଛନା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନଳରେ ଘରକୁ ଜଳ ଯୋଗାଣ ନାଁରେ ଅଢେଇ ଲକ୍ଷ ଲୋକଙ୍କୁ ପ୍ରବଞ୍ଛନା

ଅର୍ଗସ ବ୍ୟୁରୋ:  ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। କେଉଁ ଷ୍ଟାଣ୍ଡ ପୋଷ୍ଟରେ କଳ ବି ଲାଗିଛି । କିନ୍ତୁ କେଉଁଥିରୁ ବି ଜଳ ବାହାରୁନି। ଏହିପରି ଭାବେ ଭେଡେନ ଓ ବରପାଲି ବ୍ଲକରେ ଘରକୁ ନଳରେ ପାଣି ପହଞ୍ଚାଇବା ନାଁରେ ଚଳୁ କରିଦିଆଯାଇଛି କୋଟି କୋଟି ଟଙ୍କା। ୨୧୫ କୋଟି ଟଙ୍କା ଖର୍ଚ୍ଚରେ ଦୁଇ ବ୍ଲକର ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ନଳ ଯୋଗେ ପିଇବା ପାଣି ଯୋଗାଇବାକୁ ଘୋଷଣା କରିଥିଲେ ପୂର୍ବର ବିଜେଡି ସରକାର। ଠିକା ସଂସ୍ଥା କେଇସି କମ୍ପାନୀକୁ ମିଳିଥିଲା କାମ। 2023 ଡିସେମ୍ବର ସୁଦ୍ଧା ପ୍ରକଳ୍ପ ପୂରା ହୋଇ ଭେଡେନ ଓ ବରପାଲି ବ୍ଲକକୁ ପାଣି ପହଞ୍ଚିବା କଥା । କିନ୍ତୁ ୧୯୦ ଟି ଘରକୁ ବି ପାଣି ସଂଯୋଗ ନଦେଇ କମ୍ପାନୀ ଉଠାଇ ନେଇଛି ୧୯୦ କୋଟି ଟଙ୍କା।

 ଏ ବିଷୟରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡିଓଙ୍କୁ ପଚରାଯିବାରୁ ସେ କେଇସି କମ୍ପାନୀକୁ ଦେଇଛନ୍ତି କ୍ଲିନଚିଟ୍ ଆଉ କହିଛନ୍ତି ଟ୍ରାଏଲ ସରିଛି ୬ ଖଣ୍ଡ ଗାଁରେ ଅନବରତ ପାଣି ପହଞ୍ଚୁଛି। ଭେଡେନ ବ୍ଲକର ମହୁଲପାଲି, ଗଣ୍ଡତୁରୁମ, ସିଆଲଖଣ୍ଡହତା, ମେହେନା ଓ ତୁରୁମକୁ ପାନୀୟ ଜଳ ଯୋଗାଣ ହେଉଥିବା କହିଛନ୍ତି ଏସଡିଓ।

ଏସଡିଓଙ୍କ କଥାରେ କେତେ ସତ ରହିଛି ପରଖିବାକୁ ଆମେ ପହଞ୍ଚିଥିଲୁ ସେହି ଗାଁ ଗୁଡ଼ିକରେ। ଆଉ ଗାଁରେ ସ୍ଥିତି କଣ ଆମେ ଆପଣଙ୍କୁ ଦେଖାଇସାରିଛୁ। ଏବେ ଗ୍ରାମବାସୀଙ୍କ ମୁହଁରୁ ଶୁଣନ୍ତୁ ସେମାନେ କଣ କହୁଛନ୍ତି ଘରେ ନଳରେ ଜଳ ପହଞ୍ଚିବା ସମ୍ପର୍କରେ। କାହିଁକି କେଇସି କମ୍ପାନୀର ଦୋଷ ଘୋଡ଼ାଉଛନ୍ତି ଏସଡିଓ ? ଏହା ପଛରେ ରହିଛି ତାଙ୍କର କି ସ୍ବାର୍ଥ ? କାମ ହୋଇନଥିବା ବେଳେ କମ୍ପାନୀକୁ କିଏ ମଞ୍ଜୁର କରିଥିଲା ୧୯୦ କୋଟି ଟଙ୍କା ? ପୂର୍ବ ୫ଟି ସରକାର ଏହା ଥିଲା କି ଟି ଫର ଟ୍ରାନ୍ସପରେନ୍ସୀ ? ଏବେ ସରକାର ବଦଳି ଥିବା ବେଳେ। ଏହି ୧୯୦ କୋଟିର ଦୁର୍ନୀତି ପଛରେ କେଉଁମାନଙ୍କର ରହିଛି ଭୂମିକା ତଦନ୍ତ କରି ନେବେ କି କାର୍ଯ୍ୟାନୁଷ୍ଠାନ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: