Videos
|
Odisha

ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ

Banajyotshna Ray
Browse all articles by Banajyotshna Ray
·2 years ago
ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ

ଅର୍ଗସ ବ୍ୟୁରୋ:  ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ । ରାଜୁ ଦାସ ଓ ତାଙ୍କ ଚ୍ୟାନେଲ ନାଁରେ ଏତଲା ଦିଆଯାଇଛି । ହିନ୍ଦୁ ଧର୍ମକୁ ଅପମାନିତ କଲାଭଳି ଭିଡିଓ ପୋଷ୍ଟକୁ ନେଇ ଏହି ଏତଲା ଦିଆଯାଇଛି । ସାଧୁ, ସନ୍ଥ, ମହର୍ଷି ଓ ବଜରଙ୍ଗ ଦଳକୁ ଉପହାସ କଲା ପରି ସେ ଭିଡିଓ କରୁଛନ୍ତି । ଯାହା ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ଆସ୍ଥାକୁ ଆଘାତ ଦେଉଛି ।

ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In the name of YouTuber Raju Das, the Bajrang team was case by the cyber police | Argus News