Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୪୮ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ

Manini Pattanayak
Browse all articles by Manini Pattanayak
·1 year ago·1 min read
ଆସନ୍ତା ୪୮ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ଏହି ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୪୮  ଘଣ୍ଟାରେ ନେଇପାରେ  ଲଘୁଚାପର ରୂପ। ଏହାସ ସହ ମୌସୁମୀ ସହ ଆଉ ଏକ ଲଘୁଚାପ ଝାରଖଣ୍ଡ ଓ ତାର ପାଖପାଖରେ ସକ୍ରିୟ ରହିଛି।

 ପ୍ରଭାବରେ ଆଗାମୀ  ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା  ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ବର୍ଷା ହେବାକୁ  ଥିବା  ବେଳେ  ଅତି ପ୍ରବଳ  ବର୍ଷା  ପାଇଁ  ୮ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର ଓ କେକେନ୍ଦ୍ରାପଡାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ  ବିଭାଗ। ସେହିପରି ପ୍ରବଳ ବର୍ଷା  ପାଇଁ ୧୮ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ  ଜାରିକରଯାଇଛି। ଏହାସହ ଆସନ୍ତା ୩ ଦିନ ଯାଏ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ବାରଣ କରାଯାଇଛି। ପୁଣି ୨୮ ରୁ ବଢିବ ବର୍ଷାର ପରିମାଣ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the next 48 hours may take the form of low pressure | Argus News