Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା

ଅର୍ଗସ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା।ଭଦ୍ରକରୁ ୩୦ କିମି ଉତ୍ତର ପୂର୍ବରେ ରହିଛି ବାତ୍ୟା।

ଅଧିକ ପଢନ୍ତୁ : ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...

ସେହିଭଳି ଧାମରାରୁ ୫୦ କିମି ଦୂରରେ ରହିଛି ଦାନା।ବାତ୍ୟାର କେନ୍ଦ୍ର ସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବହୁଛି ପବନ।ଝଟକା ପବନ ଘଣ୍ଟାପ୍ରତି ୧୦୦ କିମି ଯାଇପାରେ। କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା 156 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି।ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ 2 ଟି ଆଣ୍ଟି -ସ୍ଲାଇକ୍ଲୋନ ରହିଥିଲା ସେଥିପାଇଁ ବାତ୍ୟା ଦାନା ଲାଣ୍ଡଫଲ କରିବାରେ ବିଳମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜକୁ ରେଡ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the next 6 hours, the storm will weaken and turn into a heavy rain | Argus News