Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୋଲିସ ଉପସ୍ଥିତିରେ ଛୁରୀଭୁସି ଘରୁ ଲୁଟିନେଲେ ଦୁର୍ବୃତ୍ତ

Odisha

ପୋଲିସ ଉପସ୍ଥିତିରେ ଛୁରୀଭୁସି ଘରୁ ଲୁଟିନେଲେ ଦୁର୍ବୃତ୍ତ

Manini Pattanayak
Browse all articles by Manini Pattanayak
·2 years ago
ପୋଲିସ ଉପସ୍ଥିତିରେ ଛୁରୀଭୁସି ଘରୁ ଲୁଟିନେଲେ ଦୁର୍ବୃତ୍ତ

 କେନ୍ଦ୍ରାପଡା:  ପୋଲିସ ଉପସ୍ଥିତିରେ ଛୁରୀଭୁସି ଘରୁ ଲୁଟିନେଲେ ଦୁର୍ବୃତ୍ତ। ପଟ୍ଟାମୁଣ୍ଡାଇ ବ୍ଲକ ମୂଳବସନ୍ତ ଗାଁ ପୋହଳ ଛକ ନିକଟରେ ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ଟଙ୍କା ଓ ସୁନା ଗହଣା l ସରକାରୀ ଓକିଲ ଭୀମସେନ ପ୍ରଧାନ ଘରେ ଶୋଇଥିବା ବେଳେ 4/5 ଜଣ ଦୁର୍ବୃତ୍ତ ଘରର ଝରକା ଗ୍ରିଲ କାଟି ପ୍ରଥମେ ଘର ମାଲିକଙ୍କୁ ଏକ ମଶାରୀ ରେ ବାନ୍ଧିପକାଇଥିଲେ l

ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ପାଟିକରିବାରୁ ଏକ ଛୁରୀରେ ଭୀମସେନ ଙ୍କୁ ଜୋରରେ ଆଘାତ ଦେଇଥିଲେ ।  ପାଟି କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ l ଭୀମସେନଙ୍କର ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବାବେଳେ  ଦୁର୍ବୃତ୍ତମାନେ 120 ଗ୍ରାମ ସୁନା ଗହଣା ଓ 30 ହଜାରରୁ ଅଧିକ ଟଙ୍କା ଲୁଟିନେଇଛନ୍ତି l ସବୁଠାରୁ ବଡ଼କଥା ହେଲା ଘରପାଖରେ ପୋଲିସ ଗାଡି ଥୁଆ ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ ଧରିପାରିନଥିଲେ 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
In the presence of the police, the thief ran away from the house | Argus News