Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ବିଶାଳ ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ଯୋଗଦାନ

Ritu Das
Browse all articles by Ritu Das
·2 years ago·2 min read
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ବିଶାଳ ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ଯୋଗଦାନ

ଅର୍ଗସ ବ୍ୟୁରୋ: ବିଜେପି ପକ୍ଷରୁ ଆଜି ଅଇଁଠାପାଲିର ବିର୍ସା ମୁଣ୍ଡା ମୈଦାନ ଠାରେ ଏକ ବିଶାଳ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବିଶିଷ୍ଟ ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ନେତୃତ୍ୱରେ ଶତାଧିକ ଲୋକମାନେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ  ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସଦସ୍ୟାଙ୍କୁ ଦଳରେ ସ୍ୱାଗତ କରିଥିଲେ। 

ସଭାସ୍ଥଳରେ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଦେଇଥିବା ନିଜର ଉଦବୋଧନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିନାହାନ୍ତି । ଏହା ବିରୋଧରେ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖାଯାଉଥିବା ବେଳେ ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି । ସେ କହିଛନ୍ତି ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ସମ୍ବଲପୁର ସହରରେ ରାସ୍ତାଘାଟ ଶୋଚନୀୟ । ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିବାରେ ବିଫଳ ହୋଇଛନ୍ତି । 

ସେ କହିଛନ୍ତି ଏହି ସବୁ ସମସ୍ୟାର ସମାଧାନ ପାଇଁ ଓଡ଼ିଶାରେ ଏକ ଦୃଢ ସରକାର ଗଠନ କରିବା ପାଇଁ ପଡିବ । ମୋଦୀଙ୍କୁ ପୁଣି ଥରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ହେବ । ନିର୍ବାଚନର ଏହି ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ  । ଏହାସହ ଶ୍ରୀ ପ୍ରଧାନ ବିଜେପିରେ ନୂତନ ଭାବେ ଯୋଗଦେଇଥିବା ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ସମେତ ଅନେକ ଯୁବ ନେତୃତ୍ୱଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଆଜିର ମିଶ୍ରଣ ପର୍ବ ଦଳକୁ ଅଧିକ ଶକ୍ତିଶାଳୀ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଓ ଗରିବକଲ୍ୟାଣକାରୀ ଯୋଜନା ଗୁଡ଼ିକ ଘରେ ଘରେ ପହଞ୍ଚାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶରେ ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ସମସ୍ତେ ମିଳିମିଶି ଦଳ ପାଇଁ କାର୍ଯ୍ୟ କରିବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ମିଶ୍ର ତାଙ୍କର ଉଦବୋଧନରେ କହିଥିଲେ । ସେହିପରି ମୋଦୀ ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରନ୍ତୁ ବୋଲି ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାୟକ ଆହ୍ୱାନ ଦେଇଥିଲେ। 
କାର୍ଯ୍ୟକ୍ରମ ପୂର୍ବରୁ ମାଁ ସମଲେଶ୍ୱରୀ ମନ୍ଦିରରୁ ନିଜର ଶତାଧିକ ଯୁବ ସହଯୋଗୀଙ୍କୁ ଧରି ଏକ ବାଇକ ରାଲିରେ ଆର୍ଯ୍ୟନ ସଭାସ୍ଥଳକୁ ପହଞ୍ଚିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
In the presence of the Union Minister | Argus News