ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
·1 year ago·1 min read

ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ଟି ହାତୀ ନିକଟସ୍ଥ କେନ୍ଦୁଖୁଣ୍ଟା ଗ୍ରାମ ସହିତ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି,ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀ ମାନଙ୍କୁ ପଶ୍ଚିମବଙ୍ଗ ଆଡ଼କୁ ଘଉଡାଇଛନ୍ତି।
ତେବେ କିଛି ମାସ ହେବ ଝାଡ଼ଖଣ୍ଡ ଏବଂ ଶିମିଳିପାଳ ଅଞ୍ଚଳରୁ ପାଖାପାଖି ୭୦ ଟି ହାତୀ ରାଇବଣିଆ ଏବଂ ପଶ୍ଚିମବଙ୍ଗ ସିମାନ୍ତ ଅଞ୍ଚଳରେ ଡେରା ପକାଇଛନ୍ତି, ହାତୀ ମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜଙ୍ଗଲରୁ ବାହାରି ଗାଁ ରେ ପଶି ଉପଦ୍ରବ କରୁଛନ୍ତି, ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି,ଏହା ଘର ଭାଙ୍ଗିବା ସହିତ ବାଡି ବଗିଚା ଏବଂ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: