Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ନାହିଁ ଲୋକେ ହନ୍ତସନ୍ତ

Manini Pattanayak
Browse all articles by Manini Pattanayak
·2 years ago·1 min read
ପାଣି ନାହିଁ ଲୋକେ ହନ୍ତସନ୍ତ

 କୋରାପୁଟ: ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ  ସିନ୍ଧେଇ ଯୋଗୀନାୟକଗୁଡା ଗ୍ରାମରେ ପାନୀୟଜଳ ପାଇଁ ଲୋକେ ଦୁର୍ବିସହ ଜୀବନ କାଟୁଛନ୍ତି, ଏହି ଗ୍ରାମରେ ସରକାରଙ୍କ ଅପାରୋଗତା ର ସମ୍ପୂର୍ଣ୍ଣ ଚିତ୍ର ବୋଖାଣିଲେ ଗ୍ରାମବାସୀ, ଆଉ ଆଗାମୀ ଦିନରେ ଯଦି ପାନୀୟ ଜଳର ସୁବିଧା ନହୁଏ ତେବେ ଭୋଟ ବର୍ଜନ କରିବେ ବୋଲି ଦେଲେ ଚେତାବନୀ  ଦୁର୍ଗମର ଦୁସ୍ଥ ପାଣି ବ୍ୟବସ୍ଥା। ଯୋଜନା ହେଉଛି କିନ୍ତୁ ଏହାର ଲାଭ ପାଉନାହାନ୍ତି ଦୁର୍ଗମବାସୀ। କେବଳ ଯୋଜନା ବାହାନାରେ ହେଉଛି ସରକାରୀ ଅର୍ଥ ହରିଲୁଟ୍।  ଏ ହେଉଛି ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଂଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ସିନ୍ଧେଇ ଯୋଗିନାୟକଗୁଡା ।  200 ରୁ ଅଧିକ ପରିବାର ବସବାସ କରୁଥିବା ଗାଁରେ ଜନ ସଂଖ୍ୟା 2000ରୁ ଅଧିକ। ମାତ୍ର ପାନୀୟ ଜଳ ଯୋଗାଣ ଶୂନ। ଗାଁରେ ଦୁଇଟି ପୁରୁଣା କୂଅ ରହିଛି ସେଥିମଧ୍ୟରୁ ଗୋଟିଏ କୂଅର ପାଣି ବ୍ୟବହାର ଉପଯୋଗୀ ନୁହେଁ। ବାକି ଗୋଟିଏ କୂଅର ପାଣି ଭରସାରେ  ଯୋଗିନାୟକଗୁଡାବାସୀ। ମାତ୍ର ଏହି କୂଅ ମଧ୍ୟ ଖରା ପାଇଁ ସୁଖି ଯାଉଥିବାରୁ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଅଞ୍ଚଳବାସୀ। ପାଣି ପାଇଁ ରାତିରାତି ଉଜାଗର ରହୁଛନ୍ତି।

 ଝର ପଡିଲେ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ।  ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ କିଛି ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର କାମ ଅଧାରୁ ବନ୍ଦ ହୋଇଗଲା। ଫଳରେ ସଫଳ ହୋଇ ପାରିଲାନି ବସୁଧା।  ଠିକାଦାର ଏବଂ ଯନ୍ତ୍ରୀଙ୍କ  ମଧୁଚନ୍ଦ୍ରିକା ହେତୁ କାମ ଅଧପନ୍ତରିୟା ହୋଇ ପଡିରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ମାତ୍ର ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲା ନା ବିଭାଗୀୟ କର୍ତ୍ତୁପକ୍ଷ।  ଦୁର୍ଗମବାସୀଙ୍କୁ ବସୁଧା ଧୋକା। ପାଣି ନାଁରେ ମିଳୁଛି ଧୋକା। ତେବେ ପାଣି ସମସ୍ୟାର ସମାଧାନ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Yoginaikguda village of Sindhei, people are struggling for drinking water | Argus News