Videos
|
Odisha

ଗାଁରେ ଅପହଞ୍ଚ ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago
ଗାଁରେ ଅପହଞ୍ଚ ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ:  ରାଜୁମୁଣ୍ଡାବାସୀଙ୍କୁ ବିକାଶ ଧୋକା। ଗାଁରେ ଅପହଞ୍ଚ ସରକାରୀ ଯୋଜନା। ରାସ୍ତା ପାଣି ବିନା ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଦୁର୍ଗମବାସୀ। ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ରାଜୁମୁଣ୍ଡା। ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। ରାସ୍ତା ଏଠି ମରଣଯନ୍ତା।  ଖାଲଖମା ଭରା ପଥୁରିଆ ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ। ମାତ୍ର ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ରାଜୁମୁଣ୍ଡାର ଏହି ରାସ୍ତା ଦେଇ ପ୍ରାୟ 5 ଟି ଗାଁ ଲୋକେ ଯିବା ଆସିବା କରନ୍ତି। ମାତ୍ର ଏମାନଙ୍କ ସମସ୍ୟା ବିସୟ ଜାଣି ମଧ୍ୟ ପ୍ରାଶାସନ ଚୁପ । ବର୍ଷ ବର୍ଷ ଧରି ଏଠାରେ ଲୋକଙ୍କୁ ପ୍ରତିଶୃତି ନାଁରେ ମିଳିଛି ଖାଲି ପ୍ରତାରଣା। 25 ବର୍ଷର ସ୍ଥାୟୀ ସରକାରରେ ଦୁର୍ଗମବାସୀଙ୍କୁ ବିକାଶ ଧୋକା। ପକ୍କା ରାସ୍ତା ଯୋଜନା ନାଁରେ ଲୋକଙ୍କୁ ଧୋକା ଏପଟେ ଅଧିକାରୀ ଓ ଠିକାଦାର ମାଲେମାଲ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: