Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଓଡିଶାକୁ ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପ  ଭେଟି  

Odisha

ଓଡିଶାକୁ ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପ  ଭେଟି  

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡିଶାକୁ ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପ  ଭେଟି  

ସମ୍ବଲପୁର: ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ।  ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାମ୍ପସର  ଲୋକପର୍ଣ କଲେ ପ୍ରଧାନମନ୍ତ୍ରୀ॥  ଓଡିଶାବାସୀଙ୍କୁ ଭେଟି ଦେଲେ ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପ ଆଇଆଈଏମ କ୍ୟା୍ମ୍ପସରେ  ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିକାଶ ଯାତ୍ରାରେ ଆଜିର ଦିନ ମହତ୍ତ୍ଵପୂର୍ଣ୍ଣ । ଓଡ଼ିଶାକୁ ପ୍ରାୟ 70 ହଜାର କୋଟିର ପ୍ରକଳ୍ପ ଗୁଡିକ ପାଇଁ ବଧାଇ ଜଣାଉଛି । ବିଦ୍ୟୁତ୍‍, ଶିକ୍ଷା, ରେଳ ପରି ଅନେକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଯାହାଦ୍ଵାରା ରୋଜଗାର ସୃଷ୍ଟି ହେବା ସହ ଯୁବବର୍ଗ ସଶକ୍ତ ହେବେ । ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ହେବା ଦ୍ଵାରା IIM କ୍ଷେତ୍ରରେ ଓଡ଼ିଶା ଆହୁରି ସଶକ୍ତ ହୋଇଛି । ପ୍ରତି ରାଜ୍ୟର ବିକାଶ ହେଲେ ବିକଶିତ ଭାରତର ସ୍ଵପ୍ନ ସଫଳ ହେବ । ଏବେ ଯାଏଁ ଓଡ଼ିଶାର ଗ୍ରାମାଞ୍ଚଳରେ ତିଆରି ହୋଇଛି 50 ହଜାର କିଲୋମିଟର ରାସ୍ତା । ଓଡିଶାରେ ନିର୍ମିତ ହୋଇଛି ୪ ହଜାର କିଲୋମିଟର ଜାତୀୟ ରାଜପଥ । ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ 12 ଗୁଣ ଅଧିକ ବଜେଟ୍ ଦିଆଯାଇଛି । ଗତ 10 ବର୍ଷ ମଧ୍ୟରେ ଓଡ଼ିଶାକୁ ମିଳିଛି ରେକର୍ଡ ଅନୁଦାନ । ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ସଂଯୋଗ ଖୁସି ଆଣିଛି ।

ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରେ ଶ୍ରଦ୍ଧାଳୁଙ୍କୁ ସୁବିଧା ହେବ ଏହି ଟ୍ରେନ । କେନ୍ଦ୍ର ସରକାରଙ୍କ DMF ଫଣ୍ଡରେ ଓଡ଼ିଶା ବେଶି ଲାଭାନ୍ଵିତ ହୋଇଛି ।DMF ଫଣ୍ଡରେ ଓଡ଼ିଶାକୁ ମିଳିଛି 25 ହଜାର କୋଟିର ଅନୁଦାନ । ଓଡ଼ିଶାକୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନକୁ ନେବା ଓ ବିକାଶ ପାଇଁ କେନ୍ଦ୍ରର ପ୍ରୟାସ ନିରନ୍ତର ଜାରି ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଦେଶକୁ ନୂଆ ଦିଗ ଦେଇଛନ୍ତି । ଦେଶକୁ ଅର୍ଥନୀତିର ପାୱାର ହାଉସ ପରିଣତ କରିବା ଦିଗରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶରେ ଗୋଲଡେନ ସମୟ ଚାଲିଥିବା ବେଳେ ଓଡ଼ିଶା ଏଥିରେ ଆଗୁଆ ରହିଛି । ଷ୍ଟାର୍ଟଅପ ପାଇଁ ଏହା ସୁବର୍ଣ୍ଣ ସମୟ ବୋଲି ନିଜ ଅଭିଭାଷଣରେ କହିଛନ୍ତି ନବୀନ । ଆଇଆଇଏମ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ । ମୋଦୀ ସରକାରଙ୍କ ଓଡ଼ିଶା ପ୍ରତି ଅବଦାନ କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ୨୦୦୪ରୁ ୨୦୧୪ ମଧ୍ୟରେ ତକକାଳୀନ କେନ୍ଦ୍ର ସରକାର ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ଗତ ୧୦ ବର୍ଷରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି । ସମ୍ବଲପୁର ଆଇଆଇଏମର ନୂଆ କ୍ୟାମ୍ପସର ଉଦଘାଟନ ଉତ୍ସବରେ ପୂର୍ବ ଭାରତ ବିକାଶ କରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।  ଆଇଆଇଏମ ସମ୍ବଲପୁରର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରନ୍ତି ସେହି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରନ୍ତି । ତେବେ ଓଡ଼ିଶାର ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ୫୭ ହଜାର କୋଟି ନିବେଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ ୨୦୨୧ରେ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିଥିଲେ । ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
Inauguration of permanent campus of IIM in Sambalpur. | Argus News