ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଉଦଘାଟନ

ଅର୍ଗସ ବ୍ୟୁରୋ: ଆଉ କିଛି ସମୟ ପରେ ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଉଦଘାଟନ…ଐତିହାସିକ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବାଲିଯାତ୍ରା...ଉପର ଓ ତଳ ପଡ଼ିଆରେ ଲାଗିଛି ମେଳା । ଖାଦ୍ୟ ପସରା ସହ ଖୁବ ଜମିବ ଦୋଳି ଖେଳ...ନାମୀ ଦାମୀ କଳାକାରଙ୍କ ପ୍ରଦର୍ଶନରେ ଜମିବ ବାଲିଯାତ୍ରା ରଙ୍ଗମଞ୍ଚ । ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ବାଲିଯାତ୍ରା ସହ ସମ୍ପୃକ୍ତ ଐତିହାସିକ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା। ସାଧବ ପୁଅଙ୍କର ପୁରୁଷାର୍ଥରେ ଓଡିଶା ହୋଇଥିଲା ଧନଧାନ୍ୟରେ ପୂର୍ଣ୍ଣ।
କାହିଁ କେବେ ଠାରୁ ବନ୍ଦ ହେଲାଣି ସାଧବ ପୁଅଙ୍କ ନୌଯାତ୍ରା। କିନ୍ତୁ ଏ ଯାଏଁ ଇତିହାସକୁ ଭୁଲିନାହିଁ ଏ ଜାତି। ଶ୍ରଦ୍ଧା ଓ ସମ୍ମାନର ସହ ପ୍ରତିବର୍ଷ କାର୍ତ୍ତିକ ପୁର୍ଣ୍ଣିମାରେ ଗୌରବମୟ ଇତିହାସର ସ୍ମୃତି ଚାରଣ କରାଯାଉଛି । ବାଲିଯାତ୍ରାରେ ପାରମ୍ପିକ ଖାଦ୍ୟର ପସରା ସହ ଜମିବ ଦୋଳି ଖେଳ । ନାମୀ ଦାମୀ କଳାକାରଙ୍କ ପ୍ରଦର୍ଶନରେ ଜମିବ ବାଲିଯାତ୍ରାର ରଙ୍ଗମଞ୍ଚ। ଶତାବ୍ଦୀ ଶତାବ୍ଦୀ ଧରି ବେପାର ବଣିଜ କରୁଥିଲେ ଆମ ସାଧବ ପୁଅ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: