Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Tragedy / ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·3 months ago·2 min read
 ଆଶ୍ରମ ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Incident at Ashram School

Key Points

ରାସଗୋବିନ୍ଦପୁର ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା
RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା
ମୋରୋଡା, ୧୫/୦୪: ରାସଗୋବିନ୍ଦପୁର ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା । RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଆଶ୍ରମ ସ୍କୁଲର ଛାତ୍ରୀ ରୂପାଲି ବେଶ୍ରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି RDC ରାସଗୋବିନ୍ଦପୁର ଗସ୍ତ କରି ଘଟଣାସ୍ଥଳରେ ଅନୁସନ୍ଧାନ କରିବେ । କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ରୂପାଲିଙ୍କର ମୃତ୍ୟୁ ଘଟିଲା, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ। ସ୍କୁଲର ଅନ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ରାସଗୋବିନ୍ଦପୁର ଗସ୍ତ କରିବେ। ସେଠାରେ ସମସ୍ତ ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି।

ଗତକାଲି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ର ଆଶ୍ରମ ସ୍କୁଲ୍‌ରେରେ ବାସି ପଖାଳ ସହ ଆଳୁ ଓ ଆମ୍ବଚଟଣି ଟଣି ଖାଇ ୧୪୬ରୁ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ରାସଗୋ ଗୋବିନ୍ଦପୁର ଡାକ୍ତରଖାନାକୁ ଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା 20 ଜଣଙ୍କୁ ବାରିପଦା ପିଆ ପିଆର୍ଏମ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ ହସ୍‌ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ବସ୍ଥାରେ ପଞ୍ଚମ ଶ୍ରେଣୀରେ ପଢୁଥିବା ରାସଗୋବିନ୍ଦପୁର ବ୍ଲକ୍ ଲୁଣ‌ଚାଟି ଗ୍ରାମର ଦୁର୍ଗା ବେଶ୍ରାଙ୍କ ଝିଅ ରୁପାଲିଙ୍କର ମୃତ୍ୟୁ ଘଟିଥିଲା।

ପଢନ୍ତୁ ଏହି ଖବର: UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର

ଗତକାଲି ସଂଧ୍ୟାରେ ଛାତ୍ରୀଙ୍କ ମରଶରୀର କାକବନ୍ଧ ଆଶ୍ରମ ନିକଟରେ ପହଞ୍ଚିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ନିଆଁ ଜାଳି ବାରିପଦା ରାସ୍ତା ଅବରୋଧ କରିଥିଲେ। ଗାଡ଼ିରୁ ଶବ ଓହ୍ଲାଇବାକୁ ଦେଇନଥିଲେ। ଲୋକେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ଉପସ୍ଥିତ ପୁଲିସ ଉପରକୁ ଇଟାପଥର ଓ ନିଆଁହୁଳା ମାଡ଼ କରିଛନ୍ତି। ରାସଗୋବିନ୍ଦପୁର ଆଇଆଇସି ପଦ୍ମଲୋଚନ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଛି। ପୁଲିସ ପକ୍ଷରୁ ଲାଠିଚାର୍ଜ ସହ ଟିୟର୍ ଗ୍ୟାସ୍ ପ୍ରୟୋଗ ହୋଇଛି । ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଘଟଣାକୁ ନେଇ ମୁଁ ମର୍ମାହତ। ସମସ୍ତ ଅସୁସ୍ଥ ପିଲାଙ୍କୁ ଉଚିତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା

ଅନ୍ୟପଟେ ଏହି ଘଟଣାରେ ଆଶ୍ରମ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିମ୍ ଗଠନ ହୋଇଛି। ରିପୋର୍ଟ ଆସିଲା ପରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Tragedy | School Tragedy | School Tragedy | School Tragedy | Mayurbhanj Ashram School Food Poisoning: Student Dies, CM Orders Probe | Argus News