Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସାମ୍ବାଦିକ ସଂଘର ରଘୁନନ୍ଦନ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରାଜ୍ୟ ସାମ୍ବାଦିକ ସଂଘର ରଘୁନନ୍ଦନ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଅର୍ଗସ ବ୍ୟୁରୋ: ସାମ୍ବାଦିକା ଚିନ୍ମୟୀ ସାହୁ ଓ କ୍ୟାମେରା ପର୍ସନ ଉମେଶ ମହାରଣାଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା । ରାଜ୍ୟ ସାମ୍ବାଦିକ ସଂଘ ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।  ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ସମ୍ମୁଖରେ ବରିଷ୍ଠ ସାମ୍ବାଦିକମାନେ ଏକତ୍ର ପ୍ରତିବାଦ କରିବା ସହିତ ରଘୁନନ୍ଦନଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନ ପାଇଁ ଦାବି କରିଛନ୍ତି । କୁକୁର ଛାଡ଼ି ଦେଇ ଆକ୍ରମଣ କରିବା ହେଉ କି ଉମେଶଙ୍କୁ ଠେଲାପେଲା, ମାରପିଟ୍ କରିବା ହେଉ, ରଘୁନନ୍ଦନ ଜଣେ ରାଜନେତା ହେଇ ଏମିତି ବ୍ୟବହାର କରିବାକୁ ସମସ୍ତେ ଦୃଢ଼ କଣ୍ଠରେ ନିନ୍ଦା କରିଛନ୍ତି । ପ୍ରଥମେ ଗୁଣ୍ଡାରାଜ, ପରେ ମିଛ  ବାହାନା ।

ଆହୁରି ପଢ଼ନ୍ତୁ: ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ

ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରି ଚାଲିଛଛନ୍ତି। ପୋଲିସ ଆକ୍ସନରୁ ବଞ୍ଚିବାକୁ ରଘୁନନ୍ଦନ ମିଛ ନାଟକ କରୁଛନ୍ତି। ମହିଳା ସାମ୍ବାଦିକଙ୍କ ଉପରକୁ ଛାଡ଼ିଥିଲେ କୁକୁର। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ଘଟଣା ଦିନ ଲାଇଭ୍ ସୋ’ରେ କୁକୁର ଛାଡ଼ିବା କଥା ସ୍ବୀକାର କରିଥିଲେ ରଘୁନନ୍ଦନ। ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ହିଁ କ୍ବାର୍ଟର୍ସ ଭିତରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି, କିନ୍ତୁ ରଘୁନନ୍ଦନ ଗତକାଲି ମିଛ ବୟାନ ଦେଇଛନ୍ତି। ଏଠି ପ୍ରଶ୍ନ ଗଣମାଧ୍ୟମ ପ୍ରତିନିଧି ଯଦି ଆକ୍ରମଣ କରିଛନ୍ତି ତେବେ ଏହାର ସିସିଟିଭି ଫୁଟେଜ କାହିଁକି ଦାଖଲ କରୁନାହାନ୍ତି । ତଥ୍ୟ ସହ ସବୁ ପ୍ରମାଣ ଦାଖଲ କଲେ ଚିତ୍ର ସ୍ପଷ୍ଟ ହୋଇଯିବ । ମହିଳା ସାମ୍ମ୍କ୍ବାଦିକଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେ କାହିଁକି ଗାଲଭୁରୁଡି କରୁଛନ୍ତି । କକୁରଛାଡି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଛନ୍ତି ରଘୁନନ୍ଦନ। ସେପଟେ ଏନେଇ IPC ର ଦଫା 354/323/294/506 ଆଧାରରେ ମାମଲା ରୁଜୁ ହୋଇଥିଲେ ବି ଦଫା 307 ଲଗାଇବା ପାଇଁ ଦାବି ହୋଇଛି। ବିଜେପି ଟିମ୍ ମଧ୍ୟ ଚିନ୍ମୟୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Incident of attack on journalist Protest in front of Jayadeva Bhavan | Argus News