Videos
|
Odisha

ଓଡ଼ିଶାର ଭାତହାଣ୍ଡିରେ ଚାଷୀ ଦୁର୍ଦ୍ଦଶାର ଲୋମଟାଙ୍କୁରା ଘଟଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଶାର ଭାତହାଣ୍ଡିରେ ଚାଷୀ ଦୁର୍ଦ୍ଦଶାର ଲୋମଟାଙ୍କୁରା ଘଟଣା

ଅର୍ଗସ ବ୍ୟୁରୋ:  ରାଜ୍ୟରେ 24 ବର୍ଷର ସରକାରରେ ବଢ଼ିଚାଲିଛି ଚାଷୀଙ୍କ ଦୁର୍ଦ୍ଦଶା। ଆଉ ସବୁକୁ ଟପିଯାଇଛି ବିଜେଡି ନେତାଙ୍କ ଦୌରାତ୍ମ୍ୟ। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଏମିତି ଘଟଣା ଯାହା ଶୁଣିଲେ ଲୋମଟାଙ୍କୁରି ଉଠିବ। ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଆଗର। ଯେଉଁଠି ଜଣେ ଚାଷୀଙ୍କ ମୃତଦେହ ରଖି ଧାରଣା ଦେଇଥିଲେ ପରିଜନ ଅଞ୍ଚଳବାସୀ। ପରିବାର ଲୋକେ ଆଣିଛନ୍ତି ସଂଗୀନ ଅଭିଯୋଗ। ଋଣ ଟଙ୍କା ସୁଝି ନ ପାରିବାରୁ ସାଲେପାଲି ଗାଁର ଚାଷୀ ସାଧୁ ସାହୁଙ୍କୁ ହତ୍ୟା କରିଛନ୍ତି ସେହି ଅଞ୍ଚଳର ବିଜେଡି ନେତା ସୁନାଧର ସାଥୁଆ।

ଅଭିଯୋଗ ଅନୁସାରେ ସାଧୁ ସାହୁ ଚାଷ ପାଇଁ ନିଜ ଗାଁର ସୁନାଧର ସାଥୁଆଙ୍କଠାରୁ ଟଙ୍କା ଧାର ନେଇ ସମ୍ପୂର୍ଣ୍ଣ ସୁଝିପାରିନଥିଲେ। ଏହାକୁ ନେଇ ବାରମ୍ବାର ସାଧୁଙ୍କୁ ଗାଳିଗୁଲଜ କରୁଥିଲେ ସୁନାଧର। ସୋମବାର ସନ୍ଧ୍ୟାରେ ଜଣେ ସହଯୋଗୀଙ୍କ ସହ ସୁନାଧର ମିଶି ସାଧୁ ସାହୁଙ୍କୁ ମୋଟରସାଇକେଲରେ କୁଆଡ଼େ ନେଇଯାଇଥିଲେ। ମଙ୍ଗଳବାର ସକାଳୁ ମୁର୍ମୂଷୁ ଅବସ୍ଥାରେ ସାଧୁ ବିଲରେ ପଡ଼ିଥିବା ଦେଖିଥିଲେ ପରିଜନ। ଡାକ୍ତରଖାନା ନିଆଯାଇଥିଲେ ବି ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ଏହାପରେ ଅଭିଯୁକ୍ତ ସୁନାଧରଙ୍କୁ ଗିରଫ କରିବା ଦାବିରେ ଭେଡେନ ଥାନା ଘେରାଉ କରିଥିଲେ ଶତାଧିକ ଲୋକ।

ବିଳମ୍ବିତ ରାତ୍ରି ଯାଏଁ ଥାନା ଘେରାଉ କରିଥିଲେ ଲୋକେ। ଅତିରିକ୍ତ ଏସ.ପି. ଓ ଉପଜିଲ୍ଲାପାଳଙ୍କଠାରୁ କାର୍ଯ୍ୟାନୁଷ୍ଠାନ ନେଇ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଉଠିଥିଲେ । ଅଭିଯୁକ୍ତ ସୁନାଧର ଫେରାର ଥିବାବେଳେ ସେ ସ୍ଥାନୀୟ ବିଧାୟିକାଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ସୁରକ୍ଷା ଦେଉଛି ବୋଲି ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
incident of farmer's misery in Odisha's paddy field | Argus News