Videos
|
Odisha

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇବା ଘଟଣା

Ritu Das
Browse all articles by Ritu Das
·1 year ago·2 min read
ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇବା ଘଟଣା

ଅର୍ଗସ ବ୍ୟୁରୋ: ବେଙ୍ଗାଲୁର ମହିଳା ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ମୁକ୍ତିରଞ୍ଜନ ଗୋଟିଏ କମ୍ପାନୀରେ କାମ କରୁଥିଲେ। ତାଙ୍କ ଭିତରେ ପ୍ରେମ ସମ୍ପର୍କ ଥାଇ ପାରେ ବୋଲି ମୁକ୍ତିରଞ୍ଜନଙ୍କ ଭାଇ ଶକ୍ତି କହିଛନ୍ତି. ମୁକ୍ତିରଞ୍ଜନ ଦୀର୍ଘ 8 ବର୍ଷ ହେବ ବେଙ୍ଗାଲୁରରେ ରହି ଆସୁଥିଲେ। ସେହି ମହିଳା ଜଣକ ମୋ ଭାଇ ଠାରୁ ଟଙ୍କା ସହ ସୁନା ଅଳଙ୍କାର ନେଇ ଥିବା ଭାଇ ମୋତେ କହିଛନ୍ତି। ତେବେ ଉକ୍ତ ମହିଳାଙ୍କ ଭାଇ ଗୁଣ୍ଡା ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଆଣି ମୋ ଭାଇଙ୍କୁ ହତ୍ୟା କରିବା ପାଇଁ କହିଥିଲେ। 

ପରେ ମୋ ଭାଇ ଉତ୍ତ୍ୟକ୍ତ ହୋଇ ସେହି ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରି ମୋ ପାଖକୁ ଆସିଥିବାର କହିଛନ୍ତି ମୃତ ମୁକ୍ତିରଞ୍ଜନଙ୍କ ଭାଇ। ମୁକ୍ତିରଞ୍ଜନ ଆତ୍ମହତ୍ୟା କରିବା ପରେ ଘରେ ପହଞ୍ଚିଥିଲେ ପୋଲିସ ଏବଂ ମୁକ୍ତିରଞ୍ଜନଙ୍କ ଠାରୁ ମିଳିଥିବା ଡାଏରୀରେ ଲେଖା ଅନୁଯାୟୀ ତଦନ୍ତ ଚଳାଇଥିଲେ ପୋଲିସ। 

ମୁକ୍ତିରଞ୍ଜନଙ୍କ ଭାଇ ଶକ୍ତିରଞ୍ଜନ ଘରେ ପହଁଚିବା ପରେ ତାଙ୍କ ଭାଇର କଥା କହିଥିଲେ ସମସ୍ତଙ୍କୁ। ଶକ୍ତିରଞ୍ଜନଙ୍କ କହିବା ଅନୁଯାୟୀ  ମୁକ୍ତିରଞ୍ଜନ ବେଙ୍ଗାଲୁରୁରେ ହତ୍ୟା କରିବା ପରେ ମୁଁ ରହି ପାଠପଢୁଥିବା  ବ୍ରହ୍ମପୁର ମେସରେ ପହଞ୍ଚି ସମସ୍ତ କଥା କହିଥିଲା। ଏପରିକି ତା ସାଙ୍ଗରେ ମୁଁ ମଧ୍ୟ ଘରକୁ ପଳାଇ ଆସିଥିଲି। 

ହେଲେ ଦୀର୍ଘ 2 ବର୍ଷ ପରେ ଆସିଥିବାରୁ ଆମେ ଦୁହେଁ ଭଦ୍ରକ ଆସିଥିଲୁ। ପରେ ମୁକ୍ତିରଞ୍ଜନ କହିଥିଲାକି ଘରକୁ ନ ଯାଇ ବାଲେଶ୍ବର ଯିବା ହେଲେ ପୋଲିସ ଭ୍ୟାନ ଦେଖି ସୋରରୁ ପଳାଇ ଆସିଥିଲୁ। ପରେ ଘରକୁ ପଳାଇଯାଇଥିଲା ଭାଇ ରାତିରେ ଘରୁ ଆସି କିଛି ଦୂରରେ ଆତ୍ମହତ୍ୟା କରିଥିଲା। ଏପଟେ ବେଙ୍ଗାଲୁରୁ କର୍ଣ୍ଣାଟକ ପୋଲିସ ମୋତେ ମେସରୁ ଉଠାଇ ଆଣି ସମସ୍ତ କଥା ପଚାରିବାରୁ ମୁଁ ସମସ୍ତ କଥା କହିଥିଲେ ମଧ୍ୟ ପୋଲିସ ଥାର୍ଡଡିଗ୍ରୀ ମାଡ ମାରିଥିବା କହିଛନ୍ତି ଶକ୍ତିରଞ୍ଜନ। ଅନ୍ୟପଟେ ପୋଲିସ ଏହି ଘଟଣାର ପ୍ରତିକ୍ରିୟା ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Incident of killing | Argus News