Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା

Odisha

ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା

ଅର୍ଗସ ବ୍ୟୁରୋ:  ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସରକାର ବଦଳିଛି ସତ କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ପୂର୍ବ ସରକାର କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆରଟିଆଇ କର୍ମୀ । ଭରତପୁର ଥାନାକୁ ସେ ମହିଳା ଅଭିଯୋଗକାରୀ ହୋଇ ଯାଇଥିଲେ । କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦିଆଗଲା। ଆଜି କୁହାଯାଉଛି ସିସିଟିଭି ନାହିଁ, କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ ।

ଓଡ଼ିଶାରେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ? । ପୂର୍ବ ସରକାର କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଆଶିଷ ସିଂ, କୋଟେ, ସଂଜୀବ ପଣ୍ଡା ଡିସିପି ପ୍ରତୀକ ସିଂ ଏମାନଙ୍କୁ ଲଗେଇଛି ଦୁର୍ନୀତିକୁ ଲୁଚେଇବା ପାଇଁ । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ, ୧୦୦ ଦିନ ବିତିଗଲା ଏବେ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାହାର କରନ୍ତୁ । ଆସନ୍ତା ସୋମବାର ଆର୍ଟିଆଇ କର୍ମୀ ଭିଜିଲାନ୍ସରେ ପଣ୍ଡିଆନଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Incident of police torture of major and his girlfriend in Bharatpur police station | Argus News