ଯବାନଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତ ଗିରଫ
·1 year ago

ପୁରୀ: ଶ୍ରୀମନ୍ଦିର ନିକଟରେ ଓସଏପି ଯବାନଙ୍କୁ ଛୁରାମାଡ ଘଟଣା। ଅଭିଯୁକ୍ତକୁ ଗିରଫ କଲା ସିଂହଦ୍ଵାର ଥାନା ପୋଲିସ। ଛୁରାମାଡ ଘଟଣାରେ ଗିରଫ ଅଭିଯୁକ୍ତ ରଘୁ ରତ୍ନାକର ସାହୁ । ଗିରଫ ଅଭିଯୁକ୍ତ ରଘୁ ରତ୍ନାକରର ଘର ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ନୂଆଗାଁରେ ।
ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ସୁରକ୍ଷା ଦାୟିତ୍ଵରେ ଥିଲା ଓସଏପି ଯବାନ । ହଠାତ୍ ଅଭିଯୁକ୍ତ ଜଣକ ମାରଣାସ୍ତ୍ର ନେଇ ଗାଳିଗୁଲଜ କରିବା ସହ ଜୀବନରେ ମାରିଦବାକୁ ଉଦ୍ୟମ କରିଥିଲା । ଛୁରାମାଡରେ ଯବାନଙ୍କ ମୁହଁରେ ଲାଗିଥିଲା ଆଘାତ । ଗିରଫ ଅଭିଯୁକ୍ତ ଠାରୁ ଏକ ପ୍ଲାଷ୍ଟିକ ଛୁରା ଜବତ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: