ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୪ଟି ଖାଦ୍ୟ, ଦିନସାରା ରହିବେ ସତେଜ

ଅର୍ଗସ ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭତରେ ଲୋକମାନେ ନିଜ ଖାଦ୍ୟପାଇଁ ବହୁ ଚିନ୍ତାରେ ରହୁଛନ୍ତି। କ'ଣ ଖାଇବେ, କ'ଣ ଖାଇବେ ନାହିଁ ଯାହା ଦ୍ଵାରା ଅଧିକ ମୋଟା ହେବେ ନାହିଁ କି ପତଳା ହେବେ ନାହିଁ। ଆଉ ମଧ୍ୟ କେଉଁ ଖାଦ୍ୟ ଶରୀର ପାଇଁ ଶକ୍ତି ଯୋଗେଇବ। ଅଧିକାଂଶ ଲୋକଙ୍କ ଜଳଖିଆରେ ରୁଟି, ପିଠା, ଓ କ୍ଷୀର ଆଦି ଖାଦ୍ୟଖାଇଥାନ୍ତି। ଏହା ସମସ୍ତ ଶରୀର ପାଇଁ ଲାଭଦାୟକ ,କିନ୍ତୁ ପ୍ରତିଦିନ ସମାନ ପ୍ରକାର ଜଳଖିଆ ଖାଇଲେ ବିରକ୍ତି ଲାଗାଇଥାଏ। ସକାଳ ଖାଇବାରେ ଛୋଟ ପରିବର୍ତ୍ତନ କରନ୍ତୁ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।
ଜଳଖିଆ ପାଇଁ ଖାଦ୍ୟ ବାଛିବାବେଳେ ସାବଧାନର ସହ ବାଛିବା ଆବଶ୍ୟକ ଯାହା ଶରୀର ପାଇଁ କ୍ଷତିକାରକ ହୋଇନଥିବ । ଏହି ସମୟରେ, ଆମେ ଆପଣଙ୍କୁ ଏହି ୪ଟି ଖାଦ୍ୟ ବିଷୟରେ କିହିବୁ ଯାହା ସକାଳ ଜଳଖିଆ ଭବରେ ଆପଣ ଖାଇପାରିବେ ତାହା ଆପଣଙ୍କୁ ସୁସ୍ଥ ରଖିବ।
ମଖାନା: ମଖାନା ସାଧାରଣତଃ ପଶ୍ଚିମବଙ୍ଗ, ବିହାର ଏବଂ ଆସାମରେ ଅଧିକ ପରିମାଣରେ ମିଳିଥାଏ। ଏହା ଶରୀରକୁ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଓ ଶକ୍ତି ଭରପୂର ଯୋଗାଇଥାଏ। ଏହା ମଧ୍ୟ ଚର୍ବିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ସକାଳେ ଖାଇବା ଦ୍ଵାରା ସୁଗାରୁ ମୁକ୍ତି ପାଇପାରିବେ।
ଘିଅ: ସକାଳ ଜଳଖିଆରେ ଯଦି ଘିଅ ଖାଉଛନ୍ତି ଆପଣଙ୍କ ସ୍ବସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଘିଅରୁ ମିଳୁଥିବା ଫ୍ୟାଟି ଏସିଡ୍ ଆପଣଙ୍କ ମସ୍ତିଷ୍କର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ଛଡା ଘିଅ ଶରୀରକୁ ଭିଟାମିନ୍ ଯୋଗାଇଥାଏ।
ବାଦାମ: ବାଦାମରେ ଫାଇବର, ପ୍ରୋଟିନ୍ ଏବଂ ଫ୍ୟାଟି ଏସିଡ୍ ଭରପୂର ଅଛି। ଏହାକୁ ଖାଇଲେ ମସ୍ତିଷ୍କ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହା ଫାଇବରଯୁକ୍ତ ଶୁଖିଲା ଫଳ ଖାଇବା ଦ୍ବାରା ଆପଣଙ୍କ ପେଟ ବହୁତ ସମୟ ପଯ୍ୟନ୍ତ ପୂରିଲା ଭଳି ଲଥାଏ। ଏହା ଦ୍ଵାରା ଆପଣଙ୍କର ଅସ୍ଵାସ୍ଥ୍ୟକର ଖାଦ୍ୟ ପାଇଁ ମନହେବ ନାହିଁ। ଏହା ମଧ୍ୟ ଆପଣଙ୍କର ଓଜନକୁ ନିୟନ୍ତ୍ରଣ ରଖିଥାଏ।
📱 Get Argus News App
✨ଅଁଳା: ସକାଳ ଜଳଖିଆରେ ଯଦି ଆପଣ ଅଁଳା ସାମିଲ କରିପାରିବେ। ଏହି ଫଳ ଆପଣଙ୍କ ଶରୀରର ପ୍ରାକୃତିକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିୈରୋଧକ ଶକ୍ତି ବଡେଇଥାଏ। ଏହା ସହ ଆପଣ ବହୁତ ସମୟ ପଯ୍ୟନ୍ତ ସୁସ୍ଥ ଓ ଶକ୍ତିଶାଳୀ ଅନୁଭବ କରିପାରିବେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...