Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ବାଚନରେ ଟଙ୍କା କାରବାର ନେଇ ନବଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା

Odisha

ନିର୍ବାଚନରେ ଟଙ୍କା କାରବାର ନେଇ ନବଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା

Ritu Das
Browse all articles by Ritu Das
·1 year ago·1 min read
ନିର୍ବାଚନରେ ଟଙ୍କା କାରବାର ନେଇ ନବଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନକୁ ଆଉ ୨ ଦିନ ବାକି ରହିଥିବା ବେଳେ ଏବେ ଆୟକର ବିଭାଗର ସ୍କାନରରେ ଧନୀ ବିଧାୟିକା ଦୀପାଳି ଦାସ, ଭାଇ ବିଶାଲ ଦାସ ଏବଂ ତାଙ୍କ ପରିବାର , ବ୍ୟବସାୟିକ ସହଯୋଗୀ। ଆଜି ଝାରସୁଗୁଡ଼ାରେ ଆୟକର ବିଭାଗର ୧୦ରୁ ଅଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୀପାଳି ଦାସ, ତାଙ୍କ ପରିବାର ଲୋକ, ଅଫିସର କର୍ମଚାରୀ, ବ୍ୟବସାୟିକ ସହଯୋଗୀଙ୍କୁ ଜେରା କରିଛି। ଏପରିକି ହୋଟେଲ ମେଫେୟାର ଠାରୁ ଦୀପାଳିଙ୍କ ଭାଇ ତଥା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳଙ୍କୁ ମାରାଥନ୍ ଜେରା କରିଛି ଆୟକର ବିଭାଗର ଟିମ୍। 

ଏହି ସମୟରେ ଆୟକର ବିଭାଗର ଟିମ୍ ବିଶାଳଙ୍କ ପିଏ, ବିଜେଡ଼ି ବରିଷ୍ଠ ନେତା ଓ କିଛି ପାଖଲୋକଙ୍କୁ ବି ପଚରାଉଚରା କରିଥିଲା। ଦୀର୍ଘ ୫ ଘଣ୍ଟାର ଜେରା ପରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ବିଶାଳଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି। କିନ୍ତୁ କୋଲାବିରା ବ୍ଳକ କୋଲାବିରାରେ ରହୁଥିବା ବିଶାଳଙ୍କ ଅଫିସର କର୍ମଚାରୀ ଆଶିଷ ଦାସ, ଅର୍ଡାର ସହଯୋଗୀ ମଳୟ ସାହୁ, ଶ୍ରୀପୁରାରେ ଥିବା ବିଶ୍ବନାଥ ତ୍ରିପାଠୀଙ୍କ ଘରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଛି। 
ଏହାବ୍ୟତୀତ ଆଉ କିଛି ବ୍ୟବସାୟିକ ସହଯୋଗୀ ମଧ୍ୟ ଆୟକର ବିଭାଗର ରାଡାରରେ ରହିଥିବା ସୂଚନା ମିଳିଛି। ତେବେ ସନ୍ଧ୍ୟାସୁଦ୍ଧା ଏହି ଚଢ଼ାଉରୁ କ’ଣ ମିଳିଲା ସେନେଇ ଆୟକର ବିଭାଗ ସ୍ପଷ୍ଟ କରିନଥିବା ବେଳେ ଏହା କେବଳ ଏକ ସାଧାରଣ ସର୍ଭେ ରହିଥିଲା ବୋଲି ବିଜେଡ଼ି ଟାଉନ୍ ସଭାପତି ସନ୍ଦୀପ୍ ଅବସ୍ତି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Income tax department | Argus News