|
logo
Live
Argus News App
GET APP

Argus News - ବଲାଙ୍ଗିରରେ ଆୟକର ଚଢାଉ ଶେଷ

Odisha

ବଲାଙ୍ଗିରରେ ଆୟକର ଚଢାଉ ଶେଷ

Ritu Das
Browse all articles by Ritu Das
·2 years ago
ବଲାଙ୍ଗିରରେ ଆୟକର ଚଢାଉ ଶେଷ

ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଆୟକର ଚଢାଉ ଶେଷ । ଗଲା ୬ ଦିନ ହେଲା ଦେଶୀ ମଦଭାଟିରେ ଡେରା ପକାଇ ଚଢାଉ କରୁଥିବା ଆୟକର ଟିମ୍ ଭାଟିରୁ ବାହାରିଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ସେପଟେ ଟିଟିଲାଗଡରେ ଆୟକର ଟିମ୍ ଦୀପକ ସାହୁଙ୍କ ସ୍ତ୍ରୀ ଆରତୀ ସାହୁଙ୍କ ଆକ୍ସିସ ବ୍ୟାଙ୍କ ଲକରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ସହ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ କରିଥିବା ଜଣାପଡିଛି । 

ଆଜି ମଧ୍ୟ ଟିଟିଲାଗଡ଼ରେ ଆୟକର ବିଭାଗ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିପାରେ । ବଲାଙ୍ଗିରରେ ଦେଶୀ ମଦଭାଟି ଉପରେ ଆୟକର ବିଭାଗର ଚଢାଉ  ଘଟଣାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ହସ୍ତକ୍ଷେପ କରି ଇଡି ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଲାଙ୍ଗିରରେ ଆୟକର ଚଢାଉ ଶେଷ | Argus News