Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସବୁବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି

Odisha

ସବୁବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି

Smruti Parija
Browse all articles by Smruti Parija
·1 year ago·2 min read
ସବୁବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି

ଅର୍ଗସ ବ୍ୟୁରୋ: ସବୁବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି । ଆଜି ମୋହନ ସରକାରର ଦ୍ବିତୀୟ କ୍ୟାବିନେଟରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରଯାଇଛି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 352ରୁ 450 ଟଙ୍କା, ଅର୍ଦ୍ଧକୁଶଳୀଙ୍କ ଦୈନିକ ମଜୁରୀ 392ରୁ 500 ଟଙ୍କା,  କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 442ରୁ 550 ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ 502ରୁ 600 ଟଙ୍କାକୁ ବୃଦ୍ଧି କରାଯାଇଛି । ସିଧାସିଧା କହିବାକୁ ୨୫ ପ୍ରତିଶତ ମଜୁରୀ ବଢ଼ାଇ ସମାଜର ତଳଶ୍ରେଣୀରେ ଥିବା ମେହନତୀ ମଣିଷଙ୍କ ପେଟର ଭୋକ ବୁଝିଛନ୍ତି ମୋହନ ସରକାର ।

ଖାଲି ପେଟ ନୁହେଁ, ପାଠକୁ ବି ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 18 ହଜାର 788 କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖୁବଶୀଘ୍ରୀ ପ୍ରକ୍ରିୟା ବି ଆରମ୍ଭ ହେବ । 

କୃଷକକଙ୍କ ହିତକୁ ନଜରରେ ରଖି ପିଏମ କିଶାନ ଯୋଜନାରେରେ ୫ରୁ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ବିଶେଷ କରି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଏବଂ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ଆଗାମୀ କିସ୍ତିରେ ପିଏମ କିଶାନ ଟଙ୍କା ପାଇବା ନେଇ ମଧ୍ୟ କ୍ୟାବିନେଟରେ ମୋହର ବାଜିଛି ।  ଚାଷୀଙ୍କର ଜଳସେଚନ ସମସ୍ୟା ଦୂର କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଉଠା ଜଳସେଚନ ବିଭାଗର 2ହଜାର 65ଟି ଅଚଳ ପ୍ରକଳ୍ପ ସଅଳ ସଚଳ ହେବ | ଏଥିପାଇଁ 5 ବର୍ଷ ଭିତରେ 1 ହଜାର 44 କୋଟି 84 ଲକ୍ଷ ଟଙ୍କା ବିନିଯୋଗ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟର ବିଜେପି ସରକାର ପାଇଁ ପ୍ରାଥମିକତା ହେଉଛନ୍ତି ଚାଷୀ ଓ ଗରିବ । ସେଥିପାଇଁ ସେମାନଙ୍କ ସ୍ବାର୍ଥକୁ ସର୍ବାଗ୍ରେ ଗୁରୁତ୍ବ ଦେବା ସହ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଇ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋହନ ସରକାର ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Increase in wages of all categories of workers | Argus News