Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପପୁଷ୍ଟି ଇଲାକାର ଅଲୋଡା ମଣିଷକୁ ମିଳିଲା ନୂଆ ଅନୁଭୂତି

Manini Pattanayak
Browse all articles by Manini Pattanayak
·1 year ago·2 min read
ଅପପୁଷ୍ଟି ଇଲାକାର ଅଲୋଡା ମଣିଷକୁ ମିଳିଲା ନୂଆ ଅନୁଭୂତି

ଯାଜପୁର:  ଅପପୁଷ୍ଟି ଇଲାକାର ଅଲୋଡା ମଣିଷକୁ ମିଳିଲା ନୂଆ ଅନୁଭୂତି । ତୁମୁଣିରେ ପ୍ରଥମ ଥର ପାଇଁ ଫର୍ ଫର୍ ହୋଇ ଉଡିଲା ତ୍ରିରଙ୍ଗା । ପ୍ରଶାସନ ପାଇଁ ଅପହଞ୍ଚ ଇଲାକା ଏବେ ସ୍ବେଚ୍ଛାସେବୀଙ୍କ ପାଇଁ ସାଜିଛି ପ୍ରୟୋଗଶାଳା । ମିଶନ ନଗଡାର କାର୍ଯ୍ୟକ୍ରମରେ ସାମିଲ୍ ଅର୍ଗସ।  ଶିଳ୍ପ ପାଇଁ ଅଗ୍ରଣୀ ଜିଲ୍ଲା ଯାଜପୁରରେ ଅପଖ୍ୟାତି ଅର୍ଜିଥିବା ନଗଡା ତୁମୁଣିର ଭିନ୍ନ ଦୁଇଟି  ଚିତ୍ର । ଗୋଟିଏ ପଟେ ଭୋକର ଜ୍ବାଳା ଅନ୍ୟପଟେ ସ୍ବାଧୀନତାର ସ୍ବାଦ। ସ୍ବାଧୀନତା ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗ ଉଡିବାର ଦେଖିଲେ ଅଂଚଳବାସୀ ।  ମିଶନ ନଗଡାର ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲା ଅର୍ଗସ । ପ୍ରଶାସନ ପାଇଁ ଅପହଞ୍ଚ ଇଲାକା ସାଜିଥିବା ତୁମୁଣି ଏବେ ସ୍ବେଚ୍ଛାସେବୀଙ୍କ ପାଇଁ ସାଜିଛି ପ୍ରୟୋଗଶାଳା। ପାଖାପାଖି ୪ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ ପରେ ଦୃଶ୍ୟମାନ ହୋଇଥିଲା ପାହାଡି ମଣିଷଙ୍କ ଝାଟିମାଟି ଚାଳିଆ । ଯେଉଁଠି ତ୍ରିରଙ୍ଗାର ତିନିରଙ୍ଗଠୁ ଅଧିକ ଗାଢା ଦୃଶ୍ୟମାନ ହେଉଥିଲା ଭୋକର ରଙ୍ଗ। 

ଇଏ ସେହି ଇଲାକା ଯେଉଁଠି ୩୫ ବର୍ଷ ଧରି ରାଜ କରି ଆସିଛନ୍ତି ଘଡେଇ ପରିବାର ।  କିନ୍ତୁ ବିଡମ୍ବନା, ବିଧାୟକ ରହି ଆସିଥିବା ବାପପୁଅଙ୍କ ପାଦ କେବେବି ଏଠାରେ ପଡିନାହିଁ। କିନ୍ତୁ ଏଠାକୁ ଏମିତି ବାର ବାର୍ ଆସି ସାରିଛନ୍ତି ସ୍ବେଚ୍ଛାସେବୀ ତଥା ଦିବ୍ୟାଙ୍ଗ ମଣ୍ଟୁ ଦାସ । ଏନେଇ ହାଇକୋର୍ଟରେ ସେ ଜନସ୍ବାର୍ଥ ମାମଲା ରୁଜ୍ଜୁ କରିଥିଲେ । ଆଉ ଗତବର୍ଷ ମେ ମାସରେ ହାଇକୋର୍ଟ ଚିନ୍ତା ପ୍ରକଟ କରିବା ସହ 2023 ସୁଦ୍ଧା ଅପପୁଷ୍ଟି ଦୂର ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟରେ ଯାଜପୁର ଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠରେ ଅପପୁଷ୍ଟିରେ ପିଲାଙ୍କ ମୃତ୍ୟୁ କଥା ସ୍ବୀକାର କରିଥିଲେ। କିନ୍ତୁ ଇଏ ହେଉଛି ଆଜିର ଚିତ୍ର । ୨୫ ବର୍ଷ ଧରି କ୍ଷମତାରେ ଥିବା  ବିଜେଡି ସରକାର ଆଖିକୁ ଦିଶିଲା ନାହିଁ ତୁମୁଣି ବାସିନ୍ଦାଙ୍କ ଦୁଃଖ ।  ଏବେ ବି ଏଠାକାର ଅଲୋଡା ମଣିଷର ଚିରସାଥୀ ସାଜିଥିଲା ଭୋକ ଓ  ଦୁଃଖ ।  ଆଦ ଏଠି ସ୍ବପ୍ନ । ପେଟ ପାଇଁ ପଖାଳ ଅଛି ତ ବଡ କଥା  ।  ଦିନେ ରାଜ୍ୟ ମାନଚିତ୍ରରୁ ନିଖୋଜ ଥିବା ଇଲାକା ଏବେ ଚର୍ଚ୍ଚାରେ । ଏବେ ବି ଏଠାକାରା ଫୁଙ୍ଗୁଳା ଆଦିବାସୀ ପିଲାର ଦେହରେ ଲେସି ହୋଇଛି ଅଭିସପ୍ତର ଚାଦର। ଏଠାକାର ମଣିଷର ଆଖିରୁ ସ୍ପଷ୍ଟ ଜଣାପଡୁଛି ଭୋକର ଭାଷା  । ଜୀବନ ଦୀପ ଏଠାରେ ଦପଦପ ହେଉଥିଲା ବେଳେ ବିଜୁଳି କଥା ପଚାରେ କିଏ । ଗାଁକୁ ରାସ୍ତା ନାହିଁ ପିଇବାକୁ ପାଣି ନାହିଁ । ଝରଣାକୁ ପାଣି ପାଇଁ ଗଲେ ହାତୀ ସହ ମୁହାଁମୁହିଁର ଭୟ। ବର୍ତ୍ତମାନ ରାଜ୍ୟରେ ସରକାର ବଦଳିଛି ।  ତୁମୁଣିବାସିନ୍ଦାଙ୍କ ଆଶା ଅବସ୍ଥା ବି ବଦଳିବ । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Independence Day is celebrated in Nagada | Argus News