|
logo
Live
Argus News App
GET APP

Argus News - ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ଏପ୍ରିଲ୍‌ ୧୫ ଯାଏଁ ଅନଲାଇନ୍‌ ପଞ୍ଜୀକରଣ

Odisha

Digital Census India / ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ଏପ୍ରିଲ୍‌ ୧୫ ଯାଏଁ ଅନଲାଇନ୍‌ ପଞ୍ଜୀକରଣ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ଏପ୍ରିଲ୍‌ ୧୫ ଯାଏଁ ଅନଲାଇନ୍‌ ପଞ୍ଜୀକରଣ
Census

Key Points

୧୫ ବର୍ଷ ପରେ ପୁଣି ଦେଶରେ ଜନସଂଖ୍ୟା ଗଣନା ପ୍ରକ୍ରିୟା ଆରମ୍ଭ
ରାଜ୍ୟର ପ୍ରଥମ ନାଗରିକ ଦେଲେ ନିଜର ତଥ୍ୟ
ଘରେ ବସି ଜନତା ଦେଇପାରିବେ ନିଜର ବିବରଣୀ
ଆରମ୍ଭ ହେଲା ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା । ଆଜି ରାଜ୍ୟପାଳଙ୍କଠାରୁ ଆରମ୍ଭ ହୋଇଛି ସ୍ଵ-ଗଣନା । ତଥ୍ୟ ପ୍ରଦାନ କଲେ ରାଜ୍ୟର ପ୍ରଥମ ନାଗରିକ । ଆଜିଠୁ ୧୫ ଏପ୍ରିଲ ଯାଏ ଘରେ ବସି ଜନତା ଅନଲାଇନରେ ଭରିପାରିବେ ବିବରଣୀ । ଜାରି ହୋଇଛି ସ୍ଵତନ୍ତ୍ର ମୋବାଇଲ୍ ଆପ୍ । ୧୯୩୧ ପରେ ପ୍ରଥମ ଥର ପାଇଁ ହେଉଛି ଜାତି ଭିତ୍ତିକ ଗଣନା । ସେହିପରି ଆସନ୍ତା ୧୬ରୁ ଘରକୁ ଘର ବୁଲିବେ ଗଣନାକାରୀ । ଲୋକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନର ଉତ୍ତର ।

ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜନଗଣନା-୨୦୨୭ର ପ୍ରକ୍ରିୟା । ଦୀର୍ଘ ୧୫ ବର୍ଷ ପରେ ଦେଶରେ ପୁଣିଥରେ ଜନସଂଖ୍ୟା ଗଣନା ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟା ଏଥର ଡିଜିଟାଲ୍ ମାଧ୍ୟମରେ ହେଉଛି । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ତଥ୍ୟ ସଂଗ୍ରହ ସହ ରାଜ୍ୟରେ ଅଭିଯାନର ଶୁଭାରମ୍ଭ ହୋଇଛି । ଏହାପରେ ସ୍ବ-ଗଣନାରେ ବିଏମସି, ସିଏମସି ମେୟରଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିଜିଟାଲ୍ ସ୍ଵ-ଗଣନା ପ୍ରକ୍ରିୟାରେ ୩୩ଟି ପ୍ରଶ୍ନ ରହିଛି, ଯେଉଁଥିରେ ପରିବାରର ମୁଖ୍ୟ, ସଦସ୍ୟଙ୍କ ସଂଖ୍ୟା, ଗାଡ଼ି, ଜମିବାଡ଼ି ଏବଂ ଏଲପିଜି ସଂଯୋଗ ଭଳି ମୌଳିକ ସୁବିଧା ବିଷୟରେ ପ୍ରଶ୍ନ ପଚରାଯିବ । ଜନଗଣନା ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ,

1- ଜନଗଣନା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ
2- ଜନଗଣନା ତଥ୍ୟକୁ ଆର.ଟି.ଆଇ ପରିସରଭୁକ୍ତ କରାଯିବ ନାହିଁ
3- କୌଣସି କୋର୍ଟରେ ପ୍ରମାଣ ଭାବେ ତଥ୍ୟ ବ୍ୟବହାର କରାଯାଇପାରିବ ନାହିଁ
4- ଜଣେ ବ୍ୟକ୍ତି ଗୋଟିଏ ମୋବାଇଲରେ କରିପାରିବେ ଗୋଟିଏ ପରିବାରର ପଞ୍ଜୀକରଣ
5- ପରିବାର ମୁଖ୍ୟଙ୍କ ନାମରେ ହୋଇପାରିବନି ପରିବର୍ତ୍ତନ
6- ମୋଟ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
7- ଏପ୍ରିଲ ୧ରୁ ୧୫ ଅନଲାଇନ୍ ସ୍ଵ-ଗଣନା (Self-Enumeration)
8- ଏପ୍ରିଲ ୧୬ରୁ ମେ' ୧୫ ଗଣନାକାରୀଙ୍କ ଦ୍ୱାରା ଘରକୁ ଘର ବୁଲି ତଥ୍ୟ ସଂଗ୍ରହ (HLO)
9- ୧୯୩୧ ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ତଥ୍ୟ ସଂଗ୍ରହ
10- ଜନଗଣନା ପାଇଁ ୧୧ ହଜାର କୋଟିର ବଜେଟ୍, ୧୬ଟି ଭାଷାରେ ଉପଲବ୍ଧ ଡିଜିଟାଲ୍ ଆପ୍

କିପରି କରିବେ ଡିଜିଟାଲ୍ ସ୍ବ-ଗଣନା ?

ପ୍ରଥମ https://se.census.gov.in/ କୁ ଯିବାକୁ ପଡ଼ିବ
ୱେବ୍‌ସାଇଟରେ ନିଜର ମୋବାଇଲ ନମ୍ବର ଦେଇ ଲଗ୍ ଇନ୍ କରିବେ ଜନତା
ନିଜର ଭାଷା ନିର୍ଦ୍ଧାରଣ କରିବା ସହ OTP ବ୍ୟବହାର କରି ବିବରଣୀ ଭରିପାରିବେ
ଘର, ପରିବାର, ଗାଡି, ଜମିବାଡ଼ି, LPG ତଥ୍ୟ ପ୍ରଦାନ କରାଯାଇ ପାରିବ

ଦେଶର ୧୬ତମ ତଥା ସ୍ଵାଧୀନତା ପରେ ଅଷ୍ଟମ ଜନଗଣନା ପାଇଁ ବାଜିଛି ବିଗୁଲ୍ । ଜନଗଣନା କେବଳ ଏକ ସଂଖ୍ୟା ନୁହେଁ, ବରଂ ଆଗାମୀ ଦିନରେ ଦେଶର ବିକାଶ ଏବଂ ଯୋଜନା ପ୍ରସ୍ତୁତ କରିବାରେ ଏହା ଏକ ମୁଖ୍ୟ ଆଧାର । ତେଣୁ ସମସ୍ତେ ସଠିକ୍ ତଥ୍ୟ ପ୍ରଦାନ କରି ଏହି ମହାକୁମ୍ଭରେ ସାମିଲ ହେବାକୁ ସରକାର ଅପିଲ କରିଛନ୍ତି । ଡିଜିଟାଲ୍ ଇଣ୍ଡିଆ ଅଭିଯାନରେ ଡିଜିଟାଲ୍ ଜନଗଣନା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Digital Census India: ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ଏପ୍ରିଲ୍‌ ୧୫ ଯାଏଁ ଅନଲାଇନ୍‌ ପଞ୍ଜୀକରଣ | Argus News