Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତରେ ନାହିଁ LPG ସଙ୍କଟ,ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ

Odisha

No LPG shortage / ଭାରତରେ ନାହିଁ LPG ସଙ୍କଟ,ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ

Bikash Mohanty
Browse all articles by Bikash Mohanty
·1 month ago·2 min read
ଭାରତରେ ନାହିଁ LPG ସଙ୍କଟ,ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ
LPG

Key Points

ଭାରତରେ ନାହିଁ LPG ସଙ୍କଟ
ଅଧିକ ଗ୍ୟାସ ରଖିଲେ ୭ ବର୍ଷ ଜେଲ
ଆଜିଠୁ OMCଯୋଗାଇବେ କମର୍ସିଆଲ LPG

ଭାରତରେ ନାହିଁ LPG ସଙ୍କଟ। ଏଲ୍‌ପିଜି କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । ଦେଶରେ ପ୍ରଚଳିତ ଆଇନ ଅନୁସାରେ ଗୋଟିଏ ପରିବାରରେ ଅତିବେଶିରେ ଦୁଇଟି ଗ୍ୟାସ୍ ସିଲିଣ୍ଡର ରହିପାରିବ, ଗୋଟିଏ ସିଲିଣ୍ଡର ଗ୍ୟାସ୍ ଷ୍ଟୋଭରେ
ଲାଗିଥିବ ଓ ଅନ୍ୟଟି ଜରୁରୀକାଳୀନ ଆବଶ୍ୟକତା ପାଇଁ ରଖାଯାଇଥିବ।  ତା'ଠାରୁ ଅଧିକ ସିଲିଣ୍ଡର ରଖିବାର ଅନୁମତି ନାହିଁ। ଯେହେତୁ ଏଲ୍‌ପିଜି ଏକ ଅତି ଦହନଶୀଳ ପଦାର୍ଥ, ତେଣୁ ତାହାକୁ ନେଇ କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଗତ ଅନୁମତି ବାହାରେ ଅଧିକ ଗ୍ୟାସ୍ ରଖିଲେ ତାହାକୁ ମହଜୁଦ କିମ୍ବା କଳାବଜାର ଭାବେ ବିଚାର କରାଯିବା ସେଭଳି ମାମଲାରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି | ଗ୍ୟାସ୍ ମହଜୁଦକାରୀଙ୍କୁ ଜରିମାନା ଓ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ମାମଲାର ଗମ୍ଭୀରତା ଅନୁସାରେ ଦଣ୍ଡ ଦିଆଯିବ | ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭ୍ ସେପ୍ଟି ଅର୍ଗାନାଇଜେସନ୍ ଦ୍ବାରା ଜାରି କରାଯାଇଥିବା ଗ୍ୟାସ୍ ସିଲିଣ୍ଡର ନିୟମ ୨୦୧୬ ଅନୁସାରେ ଘରେ ଅଧିକ ସିଲିଣ୍ଡର ରଖିହେବ ନାହିଁ। କେବଳ ଲାଇସେନ୍ସ ଓ ଅନୁମତିପ୍ରାପ୍ତ ସଂସ୍ଥାଗୁଡ଼ିକ ନିଜ ପାଖରେ ଅଧିକ ସିଲିଣ୍ଡର ରଖିପାରିବେ। 

ଏଲ୍‌ପିଜି ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଲାଗୁ କରିଛନ୍ତି । ଏଥିରେ ଉଲଂଘନକାରୀଙ୍କ ବିରୋଧରେ ଜରିମାନା, ଜେଲ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ଆଇନର ଧାରା ୭ ଅଧୀନରେ ମହଜୁଦକାରୀଙ୍କୁ ସର୍ବନିମ୍ନ ତିନି ମାସ ଓ ସର୍ବାଧିକ ୭ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନା ଲଗାଇବା ବ୍ୟବସ୍ଥା ରହିଛି। ଆଇନର ଧାରା ୬ଏ ଅଧୀନରେ କର୍ତ୍ତୃପକ୍ଷ ଅତିରିକ୍ତ ସିଲିଣ୍ଡରଗୁଡ଼ିକୁ ଜବତ ମଧ୍ୟ କରିପାରିବେ।

ଭାରତରେ ନାହିଁ ଏଲ୍‌ପିକି ସଂକଟ । ବିଚଳିତ ହୋଇ ଲୋକେ ସିଲିଣ୍ଡର ଜମା କରୁଛନ୍ତି। ଏଥିରେ ବହୁଗୁଣା ବୃଦ୍ଧି ଦେଖିବାକୁ ମିଳୁଛି । ସରକାର ଏଭଳି ବିବୃତି ପ୍ରଦାନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ ଦେଶରେ ଦେଖାଦେଇଛି ଏଲ୍‌ପିଜି ସମସ୍ୟା । ଗ୍ୟାସ୍‌ ଏଜେନ୍ସିଗୁଡ଼ିକ ବାହାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଲୋକେ ଭୟଭୀତ ହୋଇ ସିଲିଣ୍ଡର ଜମା କରୁଛନ୍ତି। ଫଳରେ ଗ୍ୟାସ୍‌ର କଳାବଜାରୀ ଚାଲିଛି।

ଏଲ୍‌ପିଜି ସଂକଟକୁ ଏଡ଼ାଇବା ପାଇଁ ଦେଶର ମାସିକ କମର୍ସିଆଲ ଏଲ୍‌ପିଜି ଆବଶ୍ୟକତାର ୨୦% ଯୋଗାଇବେ ତୈଳ ମାର୍କେଟି କମ୍ପାନି( ଓଏମ୍‌ସି) । ଆଜିଠାରୁ ରାଜ୍ୟ ସରକାରଙ୍କ ସହ‌ଯୋଗରେ ଓଏମ୍‌ସିଗୁଡ଼ିକ ଏହି ଏଲ୍‌ପିଜି ଯୋଗାଣ ଆରମ୍ଭ କରିବେ ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଲୋକସଭାରେ ସୂଚନା ଦେଇଛନ୍ତି।

ପଢନ୍ତୁ ଏହି ଖବର: ଗ୍ୟାସ ପାଇଁ ଲମ୍ବା ଲାଇନ୍, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No LPG shortage | India LPG Rules: No Gas Shortage, Hoarding Cylinders May Lead to 7 Years Jail | Argus News