Cooking Gas / ଗ୍ୟାସ ପାଇଁ ଲମ୍ବା ଲାଇନ୍, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
·6 months ago·2 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ
ରନ୍ଧନ ଗ୍ୟାସର ଅଭାବ
ବିଭିନ୍ନ ସହରରେ ଗ୍ୟାସ ଏଜେନ୍ସି ଆଗରେ ଲାଗିଛି ଲମ୍ବା ଲାଇନ
କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ। ଭାରତରେ ରନ୍ଧନ ଗ୍ୟାସର ଅଭାବ ଦେଖାଦେଲାଣି। ଫଳରେ ଏହାର ପ୍ରଭାବ ଏବେ ହାଣ୍ଡିଶାଳଠୁ ନେଇ ହୋଟେଲ ଶିଳ୍ପ ପର୍ଯ୍ୟନ୍ତ ଦେଖିବାକୁ ମିଳିଲାଣି। ବନ୍ଦ ହୋଇଗଲାଣି ଛୋଟ ଦୋକାନ। ଅନେକ ବଡ଼ ହୋଟେଲ ଅତି କଷ୍ଟେମଷ୍ଟେ ଚଳାଉଛନ୍ତି। ସେପଟେ ରାଜ୍ୟର ବିଭିନ୍ନ ସହରରେ ଗ୍ୟାସ ଏଜେନ୍ସି ଆଗରେ ଲାଗିଛି ଲମ୍ବା ଲାଇନ। ବଜାରରେ ଏଲ୍ପିଜି କଳାବଜାରୀ ରୋକିବାକୁ ଓ ଚଢ଼ଉ ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବାଙ୍କୀରେ ଗ୍ୟାସ ପାଇଁ ଲମ୍ବା ଲାଇନ । ଗ୍ୟାସ ସେଣ୍ଟର ସମ୍ମୁଖରେ ସକାଳୁ ଲାଗିଛି ଲମ୍ବା ଧାଡ଼ି । ଗ୍ୟାସ ଟାଙ୍କି ଥୋଇ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଲୋକେ। ବୁକିଙ୍ଗ ହୋଇଥିଲେ ମଧ୍ୟ ପାଇପାରୁ ନାଁହାନ୍ତି ଗ୍ୟାସ । ବାରମ୍ବାର ଦୌଡ଼ିବାକୁ ପଡୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ରନ୍ଧନ ଗ୍ୟାସ ପାଇଁ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗରିଆପୁର ଛକ ନିକଟରେ ଗ୍ୟାସ ଟାଙ୍କି ରଖି ଉପଭୋକ୍ତା ମାନେ ରାସ୍ତା ରୋକ କରିଛନ୍ତି। ଭଦ୍ରକରେ ବି ଗ୍ୟାସ ଗୋଡାଉନରେ ଲୋକମାନେ ଗ୍ୟାସ ନ ପାଇ ବହୁ ଅସୁବିଧାରେ ସମ୍ମୁଖୀନ ହେଇଛନ୍ତି।
ଏଥିସହ ପଢ଼ନ୍ତୁ: ସାରା ଦେଶରେ LPG ପାଇଁ ଲମ୍ବା ଧାଡି, ଇଣ୍ଡକ୍ସନ୍ ଚୁଲା ପାଇଁ ଦୋକାନରେ ଭିଡ଼

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଝରରେ ବି ସମାନ ଅବସ୍ଥା। ଗ୍ୟାସ୍ ନମିଳିବାରୁ ଆଜି ଉପଭୋକ୍ତାମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ।
ଗ୍ୟାସର ଅଭାବ ଯୋଗୁଁ ଏହାର କଳାବଜାରି ଆରମ୍ଭ ହୋଇଗଲାଣି। ଝାରସୁଗୁଡ଼ା ବେହେରାମାଲରୁ ୯୨ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗର ସ୍ୱତନ୍ତ୍ର ଟିମ୍। ଦୋକାନରେ ବେଆଇନ ଗଚ୍ଛିତ ରଖିବା ଅଭିଯୋଗରେ ଜବତ କରିଛି ଯୋଗାଣ ବିଭାଗ।
ପୁରୀରେ ବି ହେଉଛି ଗ୍ୟାସର କଳାବଜାରୀ । ସିଲିଣ୍ଡର ଜବତ କରିବା ସହ 6 ଜଣଙ୍କୁ ଅଟକ ରଖିଛି ପୋଲିସ । ସି ବିଚ୍ ଥାନା ଅଞ୍ଚଳରୁ ୧୬ଟି ବଡ଼ ଏଲ୍ପିଜି ସିଲିଣ୍ଡର (କମର୍ସିଆଲ ଓ ଡୋମେଷ୍ଟିକ) ଏବଂ ୮ଟି ଛୋଟ ୫ ଲିଟରର ସିଲିଣ୍ଡର ଜବତ କରାଯାଇଛି। ବାସେଳିସାହି ଥାନା ଅଞ୍ଚଳରୁ ୫ଟି ବଡ଼ ଏଲ୍ପିଜି ସିଲିଣ୍ଡର ଏବଂ ୨ଟି ୫ ଲିଟର ଛୋଟ ସିଲିଣ୍ଡର ଜବତ କରାଯାଇଛି। ଟାଉନ ଥାନା ଅଞ୍ଚଳରୁ ୬ଟି ବଡ଼ ଏଲ୍ପିଜି ସିଲିଣ୍ଡର ଏବଂ ୧୫ଟି ୫ ଲିଟରର ଛୋଟ ସିଲିଣ୍ଡର ଜବତ କରାଯାଇଛି। କୁମ୍ଭାରପଡା ଥାନା ଅଞ୍ଚଳରୁ ୫ଟି ବଡ଼ ଏଲ୍ପିଜି ସିଲିଣ୍ଡର ଏବଂ ୧ଟି ୫ ଲିଟରର ଛୋଟ ସିଲିଣ୍ଡର ଜବତ କରାଯାଇଛି।
ରାଜ୍ୟରେ ପର୍ଯ୍ୟାପ୍ତ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ଉପଲବ୍ଧ ଅଛି। ଦୈନିକ କେତେ ଏଲ୍ପିଜି ଆବଶ୍ୟକ ପଡୁଛି ? ଚାହିଦା ତୁଳନାରେ କେତେ ଉପଲବ୍ଧ ରହୁଛି ? ଜିଲ୍ଲାପାଳମାନେ ଦୈନିକ ତାର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବେ। ଯୋଗାଣ ମନ୍ତ୍ରୀ ଗୁରୁବାର ଏଲ୍ପିଜି ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ବଜାରରେ ଏଲ୍ପିଜି କଳାବଜାରୀ ରୋକିବାକୁ ଚଢ଼ଉ ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଦୈନିକ ଆବଶ୍ୟକ ପଡୁଥିବା ରନ୍ଧନ ଗ୍ୟାସ୍ ଓ ଏହାର ଉପଲବ୍ଧତା ନେଇ ଆବଶ୍ୟକୀୟ ତଥ୍ୟ ରହିବ। ଖାଉଟିମାନେ ଯେଭଳି ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଯୋଗାଣ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଏହି ଖବର: ଗ୍ୟାସ୍ ଅଭାବରେ ବଜାରରେ ବଢ଼ିଲା ଇଣ୍ଡକ୍ସନ ଚୁଲା ବିକ୍ରି

Related Topics
Explore more stories