ବାହାରିନରେ ଭାରତୀୟ ଦୂତାବାସ "India In Bahrain ମହୋତ୍ସବ" ଆୟୋଜନ
·2 years ago

ଅର୍ଗସ ବ୍ୟୁରୋ: ଭାରତୀୟ କଳା, ସଂସ୍କୃତି ଏବଂ ବାଣିଜ୍ୟକୁ ଉତ୍ସାହିତ କରିବା ପାଇଁ ବାହାରିନରେ ଭାରତୀୟ ଦୂତାବାସ "India In Bahrain ମହୋତ୍ସବ" ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥିତ ଭାରତୀୟ ରାଜ୍ୟ ସଙ୍ଗଠନ ଆମନ୍ତ୍ରିତ ହୋଇଥିଲେ ଏବଂ ଓଡିଆ ସମାଜ "ଓଡିଶା ଷ୍ଟଲ" କୁ ପ୍ରତିନିଧିତ୍ୱ କରିଥିଲେ। ଏହି ବିଶାଳ ପ୍ରଦର୍ଶନୀକୁ କିଙ୍ଗ ହେମାଡ ଗ୍ଲୋବାଲ ସେଣ୍ଟରର ନିର୍ଦ୍ଦେଶକ ଶେଖ ଇସା ଅଲ ଶେରୋକ ଭାରତୀୟ ଦୂତାବାସର ଅଧିକାରୀଙ୍କ ସହ ଉଦ୍ଘାଟନ କରିଥିଲେ।
ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ବିଭିନ୍ନ ଓଡ଼ିଆ ହସ୍ତ ଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ଦୂତାବାସ, ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ବାହାରିନରେ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଏବଂ ବାଣିଜ୍ୟ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: