Indian Idol Winner Jyotirmayee / ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା
·2 hours ago·3 min read

Key Points
ଭୁବନେଶ୍ବର ଫେରିଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ
ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି
ଭୁବନେଶ୍ବର ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର,୨୭/୦୭: ଭୁବନେଶ୍ବର ଫେରିଲେ ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ। ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ର ଟ୍ରଫି ଜିତି ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ମଧୁର କଣ୍ଠ ସ୍ୱର ବଳରେ ସେ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜେତା ମୁକୁଟ ହାସଲ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ଜ୍ୟୋତିର୍ମୟୀଙ୍କୁ ମିଳିଛି ବିପୁଳ ସ୍ବାଗତ ସମ୍ବର୍ଦ୍ଧନ। ବିଜୟ ପାଇଁ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ଜ୍ୟୋତିର୍ମୟୀ।
୯ ମାସ, ଶହ ଶହ ସ୍ୱର, କରତାଳି ଏବଂ ଅଗଣିତ ପ୍ରାର୍ଥନା ପରେ, ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ ଶେଷରେ ଏହାର ବିଜେତା ପାଇଛି । ଚଳିତ ଥର ଟ୍ରଫି ହାତେଇଛନ୍ତି ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ । ଅଡିସନରୁ ଗ୍ରାଣ୍ଡ ଫିନାଲେ ସମୟରେ ତାଙ୍କର ଶକ୍ତିଶାଳୀ ପ୍ରଦର୍ଶନରେ ଦର୍ଶକଙ୍କ ମନ ମୋହିଛନ୍ତି । ଫଳରେ ସେ ଇଣ୍ଡିଆନ ଆଇଡଲ ସିଜନ ୧୬ ବିଜୟ ମୁକୁଟ ପିନ୍ଧିଛନ୍ତି । ଏହି ସମୟରେ ସେ ଫ୍ୟାନ୍ସଙ୍କୁ ସଫଳତାର ଶ୍ରେୟ ଦେବା ସହ ମୂଳମନ୍ତ୍ର କଣ କହିଛନ୍ତି।
ଇଣ୍ଡିଆନ ଆଇଡଲ ସିଜନ ୧୬ ବିଜେତା ଜ୍ୟୋତିର୍ମୟୀ
ଜ୍ୟୋତିର୍ମୟୀ ନାୟକ ନିଜ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିଣିବା ସହ ସମସ୍ତଙ୍କ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଛନ୍ତି ଟ୍ରଫି । ଏଥିସହ ସେ ୨୦ ଲକ୍ଷ ପୁରସ୍କାର ମଧ୍ୟ ଜିତିଛନ୍ତି । ଜ୍ୟୋତିର୍ମୟୀ ନାୟକ ଅଂଶିକା ଚୋନକର, ମନରାଜ ଭୀର ସିଂ, ମାସ୍କାମେ ବୋସୁ, ସୁହେଲ ସୁଫି ଏବଂ ତନିସ୍କ ଶୁକ୍ଲାଙ୍କ ଭଳି ଦୃଢ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲରେ ଟ୍ରଫି ଜିତିଛନ୍ତି । ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି । ତେବେ ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ 'ସୈୟାଁ ଓ ସୈୟାଁ' ଗୀତରେ ଏପରି ହୃଦୟସ୍ପର୍ଶୀ ପ୍ରଦର୍ଶନ କରିଥିଲେ ଯେ ସମଗ୍ର ସ୍ଥାନ କରତାଳିରେ ଗୁଞ୍ଜରିତ ହୋଇଥିଲା ।
'ଏହି ଟ୍ରଫି ସମସ୍ତଙ୍କର'
ଟ୍ରଫି ଜିତିବା ପରେ, ଜ୍ୟୋତିର୍ମୟୀ କହିଛନ୍ତି ଯେ ଏହି ମୁହୂର୍ତ୍ତ ତାଙ୍କ ପାଇଁ ସ୍ୱପ୍ନ ସତ ହେବା ଭଳି ଥିଲା । ଅଡିସନ୍ ଠାରୁ ଟ୍ରଫି ଜିତିବା ପର୍ଯ୍ୟନ୍ତ ଯାତ୍ରା ଜୀବନ ପରିବର୍ତ୍ତନକାରୀ ଥିଲା । ସେ ତାଙ୍କ ପରିବାର, ପ୍ରଶଂସକ, ବିଚାରକ, ସମଗ୍ର ଶୋ' ଟିମ୍ ଏବଂ ତାଙ୍କୁ ଭୋଟ ଦେଇଥିବା ପ୍ରତ୍ୟେକଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଥିଲେ, "ଏହି ଟ୍ରଫି କେବଳ ମୋର ନୁହେଁ, ବରଂ ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରିଥିବା ଏବଂ ମୋ ଉପରେ ବିଶ୍ୱାସ କରିଥିବା ସମସ୍ତଙ୍କର ।"
'ନିଜ ଉପରେ ବିଶ୍ୱାସ ରଖି ଚେଷ୍ଟ କରି ଚାଲ'
ସଫଳତାର ମୂଳମନ୍ତ୍ର ଦେଇ ଜ୍ୟୋତିର୍ମୟୀ କହିଛନ୍ତି, ''ଇଣ୍ଡିଆନ ଆଇଡଲ ଟ୍ରଫି ଜିତିବା ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା । ପ୍ରଥମ ଦିନରୁ କେବେ ଭାବିନଥିଲି ମୁଁ ଫାଇନାଲିଷ୍ଟ ହେବି । ଚେଷ୍ଟା କରିଥିଲି । ଚେଷ୍ଟା ପାଇଁ ଆଜି ମୁଁ ସଫଳତା ପାଇଛି । ଏଣୁ ଏତିକି କହିବି ମନରେ ବିଶ୍ୱାସ ଓ ଦୃଢ ଚେଷ୍ଟା କରିଚାଲ ଏବଂ ଭଗବାନ ଉପରେ ବିଶ୍ୱାସ ରଖ । ନିଶ୍ଚୟ ସଫଳତା ପାଇବ । ଟପ 6ରେ ପହଞ୍ଚିବା ମୁଁ କେବେ ଭୁଲିପାରିବି ନାହିଁ । ଅଡିସନରୁ ଟପ୍ 6ରେ ପହଞ୍ଚିବା ମୋ ପାଇଁ ବହୁତ ଖାସ୍ ଥିଲା । ମୁଁ ଅଡିସନ ଦେଇଥିବା ଜ୍ୟୋତିର୍ମୟୀଙ୍କୁ ଯଦି ମୁଁ ଭେଟିଥାନ୍ତି ତେବେ କହିଥାନ୍ତି , ଯାହା ହେଉଛି ଭଲ ପାଇଁ ହେଉଛି । ଭଗବାନ ଉପରେ ଆଉ ନିଜ ଉପରେ ବିଶ୍ୱାସ ରଖି କାମ କରିଚାଲ।
ପଢନ୍ତୁ ଏହି ଖବର: ବିଗିଡିଲା ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ: ଡାକ୍ତର କହିଲେ ଏମିତି...
ଜ୍ୟୋତିର୍ମୟୀଙ୍କ ଇଣ୍ଡିଆନ ଆଇଡଲ ଯାତ୍ରା
ଜ୍ୟୋତିର୍ମୟୀଙ୍କ ଏହି ଯାତ୍ରା ନଥିଲା ସହଜ । ପୂର୍ବରୁ ତିନିରୁ ଚାରି ଥର ଚେଷ୍ଟା କରି ବିଫଳ ହୋଇଥିଲେ । ମନର ଦୃଢ ଇଚ୍ଛାଶକ୍ତି ତାଙ୍କୁ ହାର୍ ମାନି ନଥିଲେ । ପୁଣି ଭାଗ୍ୟ ପରୀକ୍ଷା କଲେ...ଏଥର ମଧ୍ୟ ଭାଗ୍ୟ ସାଥ୍ ଦେଇନଥିଲା । ଅଡିସନ ଦିନ ଗଳା ସଂକ୍ରମଣରୁ ଗାଇ ପାରିଲେନି ଗୀତ । କିନ୍ତୁ ଜଜ୍ ଦେଲେ ଏକ ସୁଯୋଗ । ଆଉ ସେହି ସୁଯୋଗକୁ ହାତଛଡା ନ କରି ଦେଖାଇଲେ ଜଲୱା । ସୈୟଁ ସୈୟାଁ ଗୀଇ ଅଡସନରେ ମନ ଜିତିଥିଲେ । ଫଳରେ ପାଇଲେ ଜାତୀୟ ସ୍ତରୀୟ ଶୋ' ଇଣ୍ଡିଆନ ଆଇଡଲ ସିଜନ 16ରେ ନିଜ କଣ୍ଠର ଯାଦୁ ଦେଖାଇବାର ସୁଯୋଗ । ତାପରେ ବଢିଚାଲିଲା ଦିନ, ସମସ୍ତ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ଏବେ ବନିଗଲେ ବିଜେତା ।
ଜ୍ୟୋତିର୍ମୟୀଙ୍କ ଓଲିଉଡ ଯାତ୍ରା
ଜ୍ୟୋତିର୍ମୟୀ ଓଡ଼ିଶାର ଜଣେ ଲୋକପ୍ରିୟ ଗାୟିକା । ଜ୍ୟୋତିର୍ମୟୀ ନାୟକ 2019ରେ ସେ ପ୍ଲେବ୍ୟାକ୍ ଗାୟିକା ଭାବେ ଡେବ୍ୟୁ କରିଥିଲେ । ଇଶ୍କ ପୁଣି ଥରେ ଏବଂ ଦେଖା ହେଲା ପ୍ରେମା ହେଲା ସହ ତାଙ୍କର ଓଡ଼ିଆ ସିନେମାରେ ଏଣ୍ଟ୍ରି ଏକ ମୋଡ଼ ନେଲା, ଯାହା ତାଙ୍କୁ ଜଣେ ପ୍ଲେବ୍ୟାକ୍ ଗାୟିକା ଭାବେ ସ୍ୱତନ୍ତ୍ର ପରିଚୟ ଦେଲା । ଭଜନ ଗୀତ ଚାରିଧାମ ଭିତରୁ ଗୋଟିଏ ଧାମ, ପାଗଳ ଭାଇ, ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ, ପାଗଳ ଭଅଁର, ସୁନୟନା ଟ୍ରାଇଟାଲ ଟ୍ରାକ୍, ଚୋରି ଚୋରି ଚାନ୍ଦିନୀକୁ ରାଜନନ୍ଦିନୀ ଇତ୍ୟାଦି ଭଳି ଭଜନରୁ ଆଲବମ ଓ ଫିଲ୍ମ ଗୀତ ପାଇଁ ବେଶ ଜଣାଶୁଣା । ସେ ଓଲିଉଡରେ ପ୍ରାୟ 1000 ଗୀତ ଗାଇ ଲୋକପ୍ରିୟତା ସହ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories