Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାମହିମ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସୁଛନ୍ତି

Ritu Das
Browse all articles by Ritu Das
·1 year ago
ମହାମହିମ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସୁଛନ୍ତି

ଅର୍ଗସ ବ୍ୟୁରୋ: ଆଜି ମହାମହିମ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସୁଛନ୍ତି। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ପରେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ। ସେଥିପାଇଁ ଆଜି ମହାମହୀମ ରାଷ୍ଟ୍ରପତିଙ୍କ କାରକେଡ୍ ରିହରସଲ୍ କରାଯାଉଛି। ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ସେ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯିବେ। 

ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡାକଡି କରାଯାଇଥିବା ବେଳେ ବ୍ଲୁ ବୁକ୍ ସିକ୍ୟୁରିଟି ଆଧାରରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ରାଷ୍ଟ୍ରପତିଙ୍କ କାରକେଡ୍ ସମଙ୍ଗ ହେଲିପ୍ୟାଡରୁ ବାହାରି ଶ୍ରୀସେତୁ ଦେଇ ଜେବିପିସି ଓ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's President | Argus News