Odisha Flood News / ନଦୀ ଗୁଡ଼ିକରେ ବଢୁଛି ଜଳସ୍ତର, ଇନ୍ଦ୍ରାବତୀର ୫ ଗେଟ୍ ଖୋଲା
·3 hours ago·2 min read

Key Points
ନଦୀ ଗୁଡ଼ିକରେ ବଢୁଛି ଜଳସ୍ତର
ଇନ୍ଦ୍ରାବତୀର ୫ ଗେଟ୍ ଖୋଲା
ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତଙ୍କ ସୂଚନା

ଭୁବନେଶ୍ବର,୨୫/୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ବଢୁଛି ଜଳସ୍ତର। ବୈତରଣୀ ନଦୀର ଆଖୁଆପଦାରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ବର୍ତ୍ତମାନ ୧୮.୬୫ ମିଟର ଥିବା ଜଳସ୍ତର ସନ୍ଧ୍ୟା ସୁଦ୍ଧା ୧୯.୬ ମିଟରରେ ପହଞ୍ଚିବାର ଆଶଙ୍କା ରହିଛି। କାଣୀ ନଦୀରେ ଘାଇ ହୋଇଥିବା ବେଳେ ମଥାନୀରେ ମଧ୍ୟ ବଢିବ ବନ୍ୟା ପାଣି। ମଥାନୀରେ ବର୍ତ୍ତମାନ ୬.୭୮ ମିଟର ଜଳ ପ୍ରବାହିତ ହେଉଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ।
ଅନ୍ୟପଟେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୯୪ ପ୍ରତିଶତ ପାଣି ରହିଥିବା ବେଳେ ୫ଟି ଗେଟ୍ ଖୋଲାଯାଇଛି। ନବରଙ୍ଗପୁର ଜିଲ୍ଲାରେ ବନ୍ୟାର ପ୍ରଭାବ ଆଜିଠାରୁ କମିବାର ଆଶା ରହିଛି। ବଂଶଧାରାରେ ଜଳସ୍ତର ସ୍ଥିର ରହିଥିବା ବେଳେ ଗୁଣୁପୁର ଓ କାଶୀନଗରରେ ବନ୍ୟା ସ୍ଥିତି ଧୀରେ ଧୀରେ କମିବ। ଋଷିକୁଲ୍ୟା ନଦୀରେ ମଧ୍ୟ ବନ୍ୟା ପାଣି କମୁଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
ସେହିପରି ସୁବର୍ଣ୍ଣରେଖା ନଦୀର ରାଜଘାଟରେ ଜଳସ୍ତର ୮.୮୫ ମିଟର ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ୧୦.୫୦ ମିଟରରେ ପହଞ୍ଚିବା ସହ ବିପଦ ସଙ୍କେତ ଛୁଇଁପାରେ। ଗାଲୁଡିହିରୁ ୨୮୦୦ କ୍ୟୁମେକ୍ ପାଣି ଆସୁଛି। ଯାଜପୁରରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବଢ଼ିଥିବା ସୂଚନା ମିଳିଛି ।
ପଢନ୍ତୁ ଏହି ଖବର: ରାଜ୍ୟରେ ପ୍ରବଳ ବର୍ଷା, ମୟୂରଭଞ୍ଜ ଓ ପୁରୀରେ ସବୁ ସ୍କୁଲ ଛୁଟି
ମାଲକାନଗିରି ଜିଲ୍ଲାରେ ଜାରି ରହିଛି ବନ୍ୟା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସବୁ ନଦୀନାଳ ଫୁଲିବାରେ ଲାଗିଛି । ଫଳରେ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ପୋଟେରୁ ପୋଲ ଉପରେ ପ୍ରାୟ ୬ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । କାଙ୍ଗୁରକୋଣ୍ଡା, ଏମ୍ଭି-୯୬ ଓ କନ୍ୟାଶ୍ରମ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ରହିଛି। ପାଙ୍ଗାମ ପୋଲ ଉପରେ ମଧ୍ୟ ୬ ଫୁଟ୍ ପାଣି ଚାଲୁଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡ଼ିଛି । ସେହିପରି ଚାଲାଣଗୁଡ଼ା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଛତିଶଗଡ଼ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ମାଥିଲିର ଉଦୟଗିରି ଗାଁ ମଧ୍ୟ ଜଳମଗ୍ନ ହୋଇପଡ଼ିଛି। ଗାଁରେ ୧୦ ପରିବାର ଫସି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା-ଡଙ୍ଗରଭେଜା ଗାଁ ମଝିରେ ଥିବା ବାଙ୍ଗିରିପୋଲ ଉପରେ ପ୍ରାୟ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ମୁଖ୍ୟାଳୟରୁ ଦହଣା, ଜଗନ୍ନାଥପୁର ଓ ଝାଡ଼ବନ୍ଧଗୁଡ଼ା ଏହି ୩ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏହି ରାସ୍ତା ନନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ନବରଙ୍ଗପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ସୁରକ୍ଷା ଦୃଷ୍ଟିରୁ ପୋଲ ଉପର ଦେଇ ଯାତାୟାତ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଉଭୟ ପଟରୁ ରାସ୍ତା ସିଲ୍ କରାଯାଇଛି। ପୋଲର ଦୁଇ ପାର୍ଶ୍ୱରେ ପୁଲିସ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ।
Related Topics
Explore more stories