School Holiday / ରାଜ୍ୟରେ ପ୍ରବଳ ବର୍ଷା, ମୟୂରଭଞ୍ଜ ଓ ପୁରୀରେ ସବୁ ସ୍କୁଲ ଛୁଟି
·51 mins ago·2 min read

Key Points
ଖରାପ ପାଗ ପାଇଁ ସ୍କୁଲ ଛୁଟି
ମୟୂରଭଞ୍ଜ ପରେ ପୁରୀରେ ବି ନିଷ୍ପତ୍ତି
ଏହି ୨ ଜିଲ୍ଲାରେ ସବୁ ସ୍କୁଲ ଛୁଟି
ମୟୂରଭଞ୍ଜ ପରେ ପୁରୀରେ ବି ନିଷ୍ପତ୍ତି
ଏହି ୨ ଜିଲ୍ଲାରେ ସବୁ ସ୍କୁଲ ଛୁଟି
ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ପବନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଲଗାଣ ବର୍ଷା ଫଳରେ ଜିଲ୍ଲାର ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାରିପଦାଠାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଭାବରେ ଫୁଲିବାରେ ଲାଗିଛି ।
ଶିମିଳିପାଳରୁ ବାହାରିଥିବା ପଳପଲା ନଦୀରେ ବନ୍ୟା ଯୋଗୁ ବଢୁଛି ବୁଢ଼ାବଳଙ୍ଗ । ଉଦଳା-ବାରିପଦା ୧୯ନଂ ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟା ପାଣି ଚାଲୁଥିବା ଦେଖିବାକୁ ମିଳିଛି । ବାଙ୍ଗିରିପୋଷିରେ ବୁଢାବଳଙ୍ଗ ପୋଲ ଉପରେ ପ୍ରବାହିତ ହେଉଛି ଦେଢ଼ ଫୁଟର ବନ୍ୟାଜଳ ।
ସେପଟେ ପୁରୀରେ ମଧ୍ୟ ଖରାପ ପାଣିପାଗକୁ ଦେଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସମସ୍ତ ଶ୍ରେଣୀ ପାଠପଢ଼ା ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ସେହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ୮ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ସ୍କୁଲ ଛୁଟି ସତ୍ତ୍ବେ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥି ସହ ପଢନ୍ତୁ: ପ୍ରବଳ ବର୍ଷା ପାଇଁ ବଢ଼ିଲା ସ୍କୁଲ ଛୁଟି, ଏହି ୫ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ
ସେପଟେ କନ୍ଧମାଳ ଜିଲ୍ଲାର ୪ଟି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା । ଦାରିଙ୍ଗବାଡ଼ି, ଜି. ଉଦୟଗିରି, ଟିକାବାଲି ଓ ଚକାପାଦ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପକ୍ଷରେ ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଥିବା ବେଳେ ରାତିସାରା ହୋଇଛି ବର୍ଷା । ପବନର ବେଗ ମଧ୍ୟ ରାତିରେ ଅଧିକ ଥିବାର ଜଣାପଡ଼ିଛି । ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ଆହୁରି ଦୁର୍ବଳ ହେବ । ଗଭୀର ଅବପାତ ଦ୍ବାରା କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁରଜିଲ୍ଲା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Related Topics
Explore more stories