Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ଭାରତର ବିକାଶ ଦିଗରେ ମୁଁ ଫୋକସ କରିବି-ସମ୍ପଦ ସ୍ୱାଇଁ

Odisha

ପୂର୍ବ ଭାରତର ବିକାଶ ଦିଗରେ ମୁଁ ଫୋକସ କରିବି-ସମ୍ପଦ ସ୍ୱାଇଁ

Smruti Parija
Browse all articles by Smruti Parija
·2 years ago·2 min read
ପୂର୍ବ ଭାରତର ବିକାଶ ଦିଗରେ ମୁଁ ଫୋକସ କରିବି-ସମ୍ପଦ ସ୍ୱାଇଁ

ଜଗତସିଂହପୁର:  ବିଜେପି ସରକାରରେ ବଣ୍ଟନ ହେଲା ମନ୍ତ୍ରୀଙ୍କ ବିଭାଗ ।  ପାରାଦୀପ ନବ ନିର୍ବାଚିତ ବିଧାୟକ ସମ୍ପଦ ସ୍ଵାଇଁଙ୍କୁ  ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିବା ପରେ ସେ କହିଛନ୍ତି ରାଜ୍ୟକୁ କିଭଳି ଭାବେ ଏକ ନମ୍ଵର କରାଯିବ ତା ଉପରେ କାର୍ଯ୍ୟ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ପୂର୍ବ ଭାରତର ଵିକାଶ ହେଲେ ଦେଶର ବିକାଶ ହେବେ ତା ଉପରେ ମୁଁ ଫୋକସ କରିବି ବୋଲି କହିଛନ୍ତି ସମ୍ପଦ ।   

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ଗୃହ, ଅର୍ଥ, ସୂଚନା ଓ ପ୍ରସାରଣ, ଜଳସମ୍ପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି, କୃଷକ କଲ୍ୟାଣ ଓ ଶକ୍ତି ଏବଂ ପ୍ରଭାତୀ ପରିଡ଼ାଙ୍କ ଭାଗରେ ପଡ଼ିଲା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରାଳୟ ।  

ସେହିପରି ସୁରେଶ ପୂଜାରୀ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା । ରବି ନାରାୟଣ ନାଏକ- ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ । ନିତ୍ୟାନନ୍ଦ ଗଣ୍ଡ- ଗଣଶିକ୍ଷା ଓ ଅନୁସୂଚିତ ଜାତି-ଜନଜାତି ବିକାଶ । କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ । ପୃଥ୍ବୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ, ଅବକାରୀ । ମୁକେଶ ମହାଲିଙ୍ଗ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇଟି । ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ । କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ । ସେହିଭଳି ଗଣେଶ ରାମ ସିଂ ଖୁଣ୍ଟିଆ- ଜଙ୍ଗଲ ଓ ପରିବେଶ, ଶ୍ରମ । ସୂର୍ଯ୍ୟବଂଶୀ ସୂରଜ - ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର । ପ୍ରଦୀପ ବଳସାମନ୍ତ- ସମବାୟ ଓ ବୟନ ଶିଳ୍ପ । ଗୋକୁଳାନନ୍ଦ ମଲ୍ଲିକ- MSME, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
Industries, Skill Development and Vocational Education Depar | Argus News