Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଞ୍ଜାମର ଶିଳ୍ପାଞ୍ଚଳରୁ ଉଭାନ ହୋଇଯାଇଛି ଶିଳ୍ପ

Odisha

ଗଞ୍ଜାମର ଶିଳ୍ପାଞ୍ଚଳରୁ ଉଭାନ ହୋଇଯାଇଛି ଶିଳ୍ପ

Rashmita Mishra
Browse all articles by Rashmita Mishra
·1 year ago·2 min read
ଗଞ୍ଜାମର ଶିଳ୍ପାଞ୍ଚଳରୁ ଉଭାନ ହୋଇଯାଇଛି ଶିଳ୍ପ

ଅର୍ଗସ ବ୍ୟୁରୋ: ଦିନ ଥିଲା ବେଶ ଚଳଚଞ୍ଚଳ ଥିଲା ବ୍ରହ୍ମୁପୁରର ଏହି ଶିଳ୍ପାଞ୍ଚଳ । କାମ କରୁଥିଲେ ହଜାର ହଜାର କୁଶଳୀ ଶ୍ରମିକ  ହେଲେ ଏବେ ଚାରି ଆଡେ ଖାଁ ଖାଁ । ଯେଉଁଠି ହ୍ୟାଣ୍ଡଲୁମ କାରଖାନା ଥିଲା ସେଠି ବଣ ବୁଦା ଜଙ୍ଗଲ । 50ରୁ ଉର୍ଦ୍ଦ ଶିଳ୍ପ ଗଢି ଉଠିଥିଲା ଏହି ଶିଳ୍ପାଞ୍ଚଳରେ । ହାତ ଘଣ୍ଟା କାରଖାନାରୁ ନେଇ ସୁତାରେ ରଙ୍ଗଦିଆ ଶିଳ୍ପ, ବରଫ କଳ,  ବିଭିନ୍ନ ତେଲ କାରଖାନା, କାଚ କାରଖାନା, ଔଷଧୀୟ  କାରଖାନା ଚାଲୁଥିଲା ଏହି ଶିଳ୍ପାଞ୍ଚଳରେ । ଏବେ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ଅସମାଜିକ ଲୋକଙ୍କ ଆଡ୍ଡା ପାଲଟିଛି । ହାତ ଗଣତି 4- 5 ଟି ଶିଳ୍ପ ମରି ମରି ବଞ୍ଚିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ଏହି ଶିଳ୍ପାଞ୍ଚଳର ଦୁରାବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । 24 ବର୍ଷର ସ୍ଥିର ସରକାର ରହିବା ପରେ ବି ପୁନରଉଦ୍ଦାର ହୋଇପାରିଲାନି ଏଠାକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ସରକାରୀ ତଥ୍ୟ କହୁଛି ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକି ଦାଦନ ଖଟିବାକୁ ସୁରଟ ଯାଉଛନ୍ତି । କରୋନା  ବେଳେ ରାଜ୍ୟକୁ ଫେରିଥିବା ମୋଟ 10 ଲକ୍ଷ 7 ହଜାର ଶ୍ରମିକରୁ କେବଳ ଗଞ୍ଜାମର ଥିଲେ ଅଧାରୁ ଅଧିକ । ଏମାନଙ୍କୁ କାମ ଦେବେ ବୋଲି କହିଥିଲେ ପୂର୍ବ ସରକାର । ଏହି ଶିଳ୍ପାଞ୍ଚଳରେ ଥିବା ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ଅନେକ ଶ୍ରମିକ କାମ ପାଇଥାନ୍ତେ । ହେଲେ ନବୀନ ବାବୁ ନା ଏ ଶିଳ୍ପର ପୁନରଉଦ୍ଦାର କଲେ ନା ଶ୍ରମିକଙ୍କ କାମ ଦେଲେ । 

1981ମସିହା ରେ ପ୍ରତିଷ୍ଠା ହୋଇଥିଲା ଏହି ଶିଳ୍ପାଞ୍ଚଳର । 13 ଏକର ରୁ ଅଧିକ ଜମିରେ  ଥିଲା 54 ଟି ସେଡ । ଏବେ ସରକାର ବଦଳିଛି ଗୋପାଳପୁର  ନିର୍ବାଚନମଣ୍ଡଳୀରେ  ଥିବା ଏହି ଶିଳ୍ପାଞ୍ଚଳର ପୁନରଉଦ୍ଦାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଏଠାକାର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ବ୍ରହ୍ମପୁରର ଏହି ଶିଳ୍ପଞ୍ଚଳର ବନ୍ଦ ଶିଳ୍ପ ନୁହେଁ ପୁରା ରାଜ୍ୟରେ ଏମିତି 15 ହଜାର 315 କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଯାଇଛି । 15 ଟି ବଡ ଶିଳ୍ପରେ ବି ଝୁଲୁଛି ତାଲା । ଏବେ ନୂଆ ସରକାର ପାଖରେ ଶିଳ୍ପାୟନ ଓ  ରୋଜଗାରର ଆହ୍ବାନ  । 100 ଦିନର ସରକାର ଏହା ଭିତରେ 45 ହଜାର କୋଟିର ନିବେଶ ଆଣିଛନ୍ତି ବୋଲି କହୁଛନ୍ତି । ଏବେ ନଜର ପୂର୍ବ ସରକାର ସମୟରେ ବନ୍ଦ ହୋଇପଡିଥିବା ଶିଳ୍ପର ପୁନର ଉଦ୍ଦାର କରି ରାଜ୍ୟ ବାହାରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ରାଜ୍ୟ ଭିତରେ କାମ ଦେବେ କି ନୂଆ ସରକାର । 

ଅଧିକ ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
Industry has emerged from the industrial area of ​​Ganjam | Argus News