Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଙ୍ଗାପୁରରୁ ଆସିବ ଶିଳ୍ପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସିଙ୍ଗାପୁରରୁ ଆସିବ ଶିଳ୍ପ

ଅର୍ଗସ ବ୍ୟୁରୋ:  ସିଙ୍ଗାପୁରରୁ ଆସିବ ଶିଳ୍ପ । ପୁଞ୍ଜି ଆଣିବାକୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ରହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ସମଗ୍ର ବିଶ୍ବରେ ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହେବାକୁ ଯାଉଛି ଓଡ଼ିଶା । ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ ଓଡ଼ିଶା ନିବେଶ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଓଡ଼ିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ଆମେ ଚେଷ୍ଟା କରିବୁ । ସେଠାକାର କେମିକାଲ୍, ଗ୍ରିନ୍ ଏନର୍ଜି, ବସ୍ତ୍ର, ଜାହାଜ ନିର୍ମାଣ, ଲଜିଷ୍ଟିକ୍, ଇଲେକ୍ଟ୍ରୋନିକ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି। ଆମେ ସେହି କମ୍ପାନୀ ଗୁଡ଼ିକର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିବୁ । ଓଡ଼ିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ ସମ୍ବଳ ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ଆମେ ସେଠାରେ ଜଣାଇବୁ ।

ଶିଳ୍ପ ଜଗତର ଶୀର୍ଷ ନେତୃତ୍ବ ମାନଙ୍କୁ ବିକଶିତ ଓଡିଶା ଗଠନ ପାଇଁ, ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି କେତେକ ବିଶ୍ଵସ୍ତରୀୟ କମ୍ପାନୀ ପରିଦର୍ଶନ କରିବେ ସିଏମ୍ । ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହ ଓଡ଼ିଶାରେ ମଧ୍ୟ ସେହିଭଳି ବା ତାଠୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ବିଭିନ୍ନ ଦିଗକୁ ତର୍ଜମା କରିବେ । ସେହିପରି ସିଙ୍ଗାପୁର ଏବଂ ପଡୋଶୀ ଏସିଆନ୍ ଦେଶମାନଙ୍କରେ ଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Industry will come from Singapore | Argus News