Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ

Odisha

ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ

Jitendra Dash
Browse all articles by Jitendra Dash
·2 years ago·2 min read
ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ

ବାପ ରଚିଲା ନିଜ ସନ୍ତାନ ପାଇଁ ଚକ୍ରବ୍ୟୁହ
ପଟିଆ ଷ୍ଟେସନ ନିକଟରୁ ୧୧ ମାସର ଶିଶୁକୁ କଲା ଅପହରଣ
ଅପହରଣ ପରେ ଘଟଣା ପର୍ଦ୍ଦାଫାଶ କଲା ପୋଲିସ
 

ଅର୍ଗସ ବ୍ୟୁରୋ : ଗତକାଲି ଅପହରଣ, ଆଜି ଉଦ୍ଧାର । ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ କଟକରୁ ଉଦ୍ଧାର ପରେ କ୍ୟାମେରା ସାମ୍ନାରେ ଯେଉଁ ଘଟଣା ପୋଲିସ କହିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାରିବାରିକ କଳହର କରୁଣ ପରିଣତି । ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ନିଜେ ଶିଶୁର ବାପା ହିଁ ଅପହରଣର ମାଷ୍ଟରମାଇଣ୍ଡ ଥିଲା । 

ଢେଙ୍କାନାଳ ମାର୍ଥାପୁରର ସୁବ୍ରତ ସେଠୀ ଅନ୍ଧାରୁଆର ଶାନ୍ତିଲତା ମହାରଣା ନାମକ ଜଣେ ମହିଳାଙ୍କ ସହ ୨ ବର୍ଷ ହେବ ସଂପର୍କରେ ଥଲେ । ପରେ ଶାନ୍ତିଲତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୁଏ । ତେବେ ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହୋଇଥିଲା । ଆଉ ପରେ ପିଲା ଅପହରଣ ଘଟଣା ଘଟିଲା ବୋଲି କହିଛନ୍ତି ଡିସିପି ।

କାହିଁକି ଘଟିଲା ଏମିତି ଭୟଙ୍କର ଘଟଣା ? 
ପ୍ରେମ, ପ୍ରତାରଣାରୁ କିଡନାପିଂ 
ବଡଙ୍କ କଳିରେ ପୁଅ ପଡିଲା ବଳି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାପା-ମାଆଙ୍କ କଳିରେ ପୁଅ ପଡିଲା ଶିଶୁ । ଯାହାକୁ ଜନ୍ମ କରିଥିଲା ତାକୁ ହିଁ ଅପହରଣ କଲା । ମିଳିଥିବା ସୂଚନା ଅନୁସାରେ, ଶାନ୍ତିଲତା ୧୦ ବର୍ଷ ପୂର୍ବେ ବିଷ୍ଣୁ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ପରେ ସଂପର୍କ ତୁଟାଇ ଦେଇଥିଲେ  । ବିଷ୍ଣୁ, ଶାନ୍ତିଲତାଙ୍କ ସହ ରହିବାକୁ ଚେଷ୍ଟା କରିଥିଲେ । ସୁବ୍ରତ ସେଠୀଙ୍କ ସହ ଡିଲ ବି କରିଥିଲେ । 

 

ଦୁଇ ଜଣ ମିଶି ଜଣେ ନିଶନ୍ତାନ ବ୍ୟକ୍ତିଙ୍କୁ ଏହି ଛୁଆ ଦେବା ଲାଗି ଅପହରଣ ନାଟକ ରଚିଥିଲେ। ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତନ୍ନ ତନ୍ନ ଯାଞ୍ଚ କରିବା ପରେ ଖିଅ କାଢିଥଲା । ଆଉ ସୁବ୍ରତ ସେଠୀ, ବିଷ୍ଣୁ ପୃଷ୍ଟିଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ପୂରା ଘଟଣାର ପର୍ଦ୍ଦାଫାଶ ହେବା ପରେ ଅଭିଯୁକ୍ତ ବାପାକୁ ସବୁଆଡ଼େ ନିନ୍ଦା କରାଯାଇଛି । ଏପଟେ ପୂରା ଘଟଣାରେ ଶାନ୍ତିଲତାଙ୍କର କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।

Painting
Sponsored
Bhubaneswar : Infant Abducted From Patia Rescued In Mancheswar | Argus News