Videos
|
Odisha

ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା

Ritu Das
Browse all articles by Ritu Das
·2 years ago·1 min read
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା

ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖରେ କାର୍ଯ୍ୟକାରିଣୀ ହେବା ନେଇ ସୂଚନା ମିଳିଛି । ଏଥିରେ ରାଜ୍ୟ ବିଜେପିର ପଦାଧିକାରୀମାନେ ସାମିଲ ହେବେ। 
ଏମାନଙ୍କ ସହ ମଣ୍ଡଳ ସ୍ତରୀୟ ନେତା ମଧ୍ୟ ଉପସ୍ଥିତ ରହିବେ ।

ଦୁଇ ଦିନିଆ ବୈଠକରେ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରଣନୀତି ପ୍ରସ୍ତୁତ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏହି କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବାର ଅଛି । 
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଶାସକ ଦଳ ଭାବେ ଆଗାମୀ ଦିନରେ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ, ସେ ନେଇ ଚିଠା ପ୍ରସ୍ତାବ ପାରିତ ହେବା ନେଇ ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Information about | Argus News