Videos
|
Odisha

ଚାଇନାରେ ବ୍ୟାପିଥିବା ନିମୋନିଆ ଇନ୍ଫ୍ଲୁଏଞ୍ଜା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago
ଚାଇନାରେ ବ୍ୟାପିଥିବା ନିମୋନିଆ ଇନ୍ଫ୍ଲୁଏଞ୍ଜା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଅର୍ଗସ ବ୍ୟୁରୋ: ଚାଇନାରେ ବ୍ୟାପିଥିବା ନିମୋନିଆ ଇନ୍ଫ୍ଲୁଏଞ୍ଜା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ ବିଜୟ କୁମାର ମହାପାତ୍ରଙ୍କ ସୂଚନା। ବର୍ତ୍ତମାନ ଆମ ଦେଶରେ ଚାଇନା ଭଳି ପରିସ୍ଥିତି କିଛି ଦେଖାଦେଇନାହିଁ। ଏନେଇ ଆମେ ସତର୍କ ଅଛୁ। ନିମୋନିଆ ଇନ୍ଫ୍ଲୁଏଞ୍ଜା ନେଇ ତଥ୍ୟ ହାସଲ ଚାଲିଛି। ପିଲାମାନଙ୍କ କ୍ଷେତ୍ରରେ ଚାଇନାରେ ଏହା ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି।

ତଥାପି ଆମେ ସଜାଗ ଅଛୁ।  କୋଭିଡ ସମୟରେ ଯେଉଁପରି ଭାବରେ ଆମେ ସତର୍କତା ଅବଲମ୍ବନ କରୁଥିଲୁ ସେହିପରି,  ଏ କ୍ଷେତ୍ରରେ ମଧ୍ୟ ସମାନ ସତର୍କତା ଅବଲମ୍ବନ କରିବୁ। ଯଦି ନିମୋନିଆ ଭଳି ଲକ୍ଷଣ ଦେଖାଦିଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ। ନିଜକୁ ଅଲଗା କରି ରଖନ୍ତୁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Information from the Director of Health on the Pneumonia Influenza outbreak in China | Argus News