Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆହତ ଅବସ୍ଥାରେ ହରିଣ ଉଦ୍ଧାର

Ritu Das
Browse all articles by Ritu Das
·2 years ago
ଆହତ ଅବସ୍ଥାରେ ହରିଣ ଉଦ୍ଧାର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ସରଖିଆ ଗାଁ ଆମ୍ବହୋତା କେନାଲରୁ ଆହତ ଅବସ୍ଥାରେ ହରିଣ ଉଦ୍ଧାର କଲେ ଗ୍ରାମବାସୀ। ଆଜି ସକାଳେ ଗୋଟେ ହରିଣକୁ କିଛି କୁକୁର ଗୋଡ଼ାଇବାରୁ ହରିଣଟି ସରଖିଆ ଗାଁ ଆମ୍ବହୋତା କେନାଲରେ ପଡିଯାଇଥିଲା। 

ହରିଣଟିକୁ ଗ୍ରାମବାସୀ ଉଦ୍ଧାର କରି କୁପାରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ କୁପାରି ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣଟିକୁ ନେଇ ଚିକିତ୍ସା କରିବା ସହିତ କୁଲଡିହା ଅଭୟାରଣ୍ୟରେ ଛାଡ଼ିଦେଇଥିବା ସୂଚନା ମିଳିଛି। କୁପାରି ଶାରୀଶୁଆ ପାହାଡ଼ରେ ବ୍ଲାଷ୍ଟିଂ ଯୋଗୁଁ ଜଙ୍ଗଲର ଥିବା ଜୀବଜନ୍ତୁ ଗାଁକୁ ପଳେଇଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers rescued an injured deer from Ambhota canal in Sarkhia village of Khaira | Argus News