Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଣ୍ଠେଇ ଆଣ୍ଠେଇ ଓ ମୁଣ୍ଡିଆ ମାରି ନିଆରା ଢଙ୍ଗରେ ପ୍ରତିବାଦ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଣ୍ଠେଇ ଆଣ୍ଠେଇ ଓ ମୁଣ୍ଡିଆ ମାରି ନିଆରା ଢଙ୍ଗରେ ପ୍ରତିବାଦ 

 ଜଗତସିଂହପୁରକୁ : ଆଣ୍ଠେଇ ଆଣ୍ଠେଇ ଓ ମୁଣ୍ଡିଆ ମାରି ନିଆରା ଢଙ୍ଗରେ ପ୍ରତିବାଦ । ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଅଭିନବ ବିକ୍ଷୋଭ । ସଙ୍ଗଠନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଗୁହାରିଆ ଯାତ୍ରା । ଆଣ୍ଠେଇକି, ମୁଣ୍ଡିଆ ମାରି ଜିଲ୍ଲାର ସ୍ୱାର୍ଥ ପାଇଁ ଗୁହାରିଆ ଯାତ୍ରା ଆରମ୍ଭ କରିଛି ସ୍ୱାସ୍ଥ୍ୟ ସୁରକ୍ଷା ସଙ୍ଗଠନ ।...
 ଜଗତସିଂହପୁରକୁ ମେଡିକାଲ୍ କଲେଜ ନାହିଁ ତ ଭୋଟ ନାହିଁ । ଦୀର୍ଘ ୧୦ ମାସ ଧରି ଜୋରଦାର ଆନ୍ଦୋଳନ ସତ୍ବେ ଶୁଣିଲେନି ସରକାର। ଖରା ତାତିକୁ ଖାତିର ନକରି ଦାବି ପୂରଣ କରି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ସଂଗଠନ । ପ୍ରଶାସନ ଓ ସରକାରଙ୍କୁ ଚେତାଇବା ପାଇଁ ସଂଗଠନ ପକ୍ଷରୁ ଗଣତନ୍ତ୍ର ଛକରୁ ଜିଲ୍ଲାପାଳ ଅଫିସ ଯାଏ ଆଣ୍ଠେଇ ଆଣ୍ଠେଇ ଗଲେ ଆନ୍ଦୋଳନକାରୀ ।   

ନିର୍ବାଚନ ଥିବାରୁ ସରକାର ସବୁ ବର୍ଗକୁ ଖୁସି କରିବା ପାଇଁ ମନଖୋଲା ଘୋଷଣା କରୁଛନ୍ତି। କିନ୍ତୁ ଓଡିଶାର ଶିକ୍ଷା କ୍ଷେତ୍ରରେ ଵେଶ ଆଗରେ ଥିବା ଜଗତସିଂହପୁରରେ ଏଯାଏଁ ମେଡିକାଲ କଲେଜ ହୋଇପାରିଲା ନାହିଁ । ବାରମ୍ବାର ଦାବି ସତ୍ବେ ଅଣଦେଖା କରୁଛନ୍ତି ସରକାର। ଜିଲ୍ଲାରୁ ଶାସକ ଦଳରେ ୪ ଜଣ ବିଧାୟକ ଥିବା ବେଳେ ବିଧାନସଭାରେ ନିଜ ସ୍ଵର ଶାଣିତ କରିପାରି ନାହାନ୍ତି। ପୂର୍ବରୁ ବି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସହରରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦକୁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ। କିନ୍ତୁ ସରକାର ଶୁଣୁନଥିବାରୁ ଏଭଳି ଅଭିନବ ଉପାୟ ଆପଣାଇଛି ସଂଗଠନ।   ଏବେ ବି ସରକାର ଦାବି ପୂରଣ ନ କଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛି ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ସଂଗଠନ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Innovative protest by the district health protection campaign demanding the establishment of a medical college in Jagatsinghpur district | Argus News