Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା

Odisha

ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା

ଅର୍ଗସ ବ୍ୟୁରୋ:  ବିଜେଡି ଶାସନରେ ଅସୁରକ୍ଷିତ ମହିଳା । ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା । ନିର୍ବାଚନ ଆସୁଥିବାରୁ ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ପରି ସମ୍ବେଦନଶୀଳ ଘଟଣାକୁ ଶାସକ ଦଳ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଘଟଣାକୁ 5 ଦିନ ବିତିଥିଲେ ବି ମାତ୍ର 5 ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଛାଡ଼ି ଦେଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ଛାଡ଼ି ଦିଆ ଯାଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ ବୃଦ୍ଧି ପାଇଛି।  ରାଜ୍ୟରେ ସର୍ବାଧିକ ଅପରାଧ ପ୍ରବଣ ଜିଲ୍ଲା ହୋଇଛି ଗଞ୍ଜାମ । ରାଜ୍ୟ ସରକାର ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ସୀମିତ ରହିଛି । ପୀଡିତାଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ପ୍ରତିବାଦରେ ଆଜି ସକାଳ 11ଟା ରୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ଏବଂ ପରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ବ୍ରହ୍ମପୁର ଏସ୍ପି ଅଫିସ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Insecure women in BJD regime | Argus News