Instagram Love Trap / ଇନଷ୍ଟାଗ୍ରାମରେ ଫ୍ରେଣ୍ଡସିପରୁ ପ୍ରେମ ତା ପରେ ଦୁଷ୍କର୍ମ,ଅନ୍ତରଙ୍ଗ ମୂହର୍ତ୍ତର ଭିଡିଓ ରଖି ବ୍ଲାକମେଲ
·1 hour ago·2 min read

Key Points
ଇନଷ୍ଟାଗ୍ରାମରେ ଫ୍ରେଣ୍ଡସିପରୁ ପ୍ରେମ ତା ପରେ ଦୁଷ୍କର୍ମ ଓ ବ୍ଲାକମେଲ
ଅନ୍ତରଙ୍ଗ ମୂହର୍ତ୍ତର ଭିଡିଓ ରଖି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍
ବ୍ଲାକମେଲ କରି ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସୂଚନା
ଭୁବନେଶ୍ବରରୁ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଜଗତସିଂହପୁର ପୋଲିସ

ଜଗତସିଂହପୁର,୧୬/୦୫: ଇନଷ୍ଟାଗ୍ରାମରେ ଫ୍ରେଣ୍ଡସିପରୁ ପ୍ରେମ ତା ପରେ ଦୁଷ୍କର୍ମ ଓ ବ୍ଲାକମେଲର ସାଂଘାତିକ ଅଭିଯୋଗ। ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଜଗତସିଂହପୁରର ୨ ଯୁବକ ଜଣେ ଯୁବତୀଙ୍କୁ ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ଜାଲରେ ଫସାଇଥିଲେ। ଏହାପରେ ସେମାନେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଯାହାର ଭିଡିଓ କଏଦ କରି ଯୁବତୀ ଓ ଯୁବତୀର ପରିବାର ଲୋକଙ୍କୁ ବ୍ଲାକ ମେଲ୍ କରିବା ଆରମ୍ଭ କରିଦେଇଥିଲେ। ଯୁବତୀ ଜଣକ ଶେଷରେ କୌଣସି ଉପାୟ ନ ପାଇ ଜଗତସିଂହପୁରର ପୋଲିସର ଦ୍ବାରସ୍ଥ ହେଇଥିଲା। ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଜଗତସିଂହପୁରର ପୋଲିସ ସଙ୍ଗେ ସଙ୍ଗେ ମାମଲା ରୁଜୁ କରି ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଆଇଫୋନ୍, ଦାମୀ ମୋବାଇଲ, ସିମକାର୍ଡ ଜବତ କରିଛି। ଏହି ଦୁଇ ଅଭିଯୁକ୍ତ ଯୁବତୀଙ୍କ ପରିବାରକୁ ବ୍ଲାକମେଲ କରି ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା।
ଭୁବନେଶ୍ଵର ଖଣ୍ଡଗିରି ସୌଭାଗ୍ୟନଗରରେ ରହୁଥିବା ବାଲିକୁଦା ଇଚ୍ଛାପୁର ଅଞ୍ଚଳର ଜ୍ଞାନରଞ୍ଜନ ନାୟକ ଓରଫ ପୁପୁ ଓରଫ୍ ଆଦି ଓରଫ୍ ଆରିକ୍ସ, ଓ ତା ବଡ଼ ଭାଇ ବିଶ୍ଵ ରଞ୍ଜନ ନାୟକ। ଜ୍ଞାନ ରଞ୍ଜନ ଭୁବନେଶ୍ଵରରେ ଯୁକ୍ତ ୩ ପଢ଼ୁଛି। ଜ୍ଞାନରଞ୍ଜନ ଇନଷ୍ଟାଗ୍ରାମରେ ଆଦି, ଆରିକ୍ସ ଭଳି ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲିଛି| ସେହି ଆଇଡି ଜରିଆରେ କଲେଜ ଛାତ୍ରୀ ଓ ଅଳ୍ପ ବୟସ୍କ ଯୁବତୀଙ୍କ ସହ ବନ୍ଧୁତା ସୃଷ୍ଟି କରେ ସେମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜର ଯୌନ ଲାଳସା ମେଣ୍ଟାଇବା ସହ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଦେଖାଇ ବ୍ଲାକମେଲ୍ କରି ଟଙ୍କା ଆଦାୟ କରିବାର ସାଂଘାତିକ ଅଭିଯୋଗ ଆସିଛି।
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟାକାଣ୍ଡ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ
ଭୁବନେଶ୍ଵରରେ ରହି ଇଞ୍ଜିନିୟରିଂ ପଢୁଥିବା ଜଗତସିଂହପୁର ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଜ୍ଞାନ ରଞ୍ଜନ ୨୦୨୪ରେ ଇନଷ୍ଟାଗ୍ରାମ ଜରିଆରେ ଯୋଡ଼ି ହୋଇଥିଲା ଦୁଇ ଜଣଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ଛାତ୍ରୀଙ୍କୁ ଡେଲଟା ଛକରେ ଭଡ଼ା ଘରକୁ ଜ୍ଞାନରଞ୍ଜନ ନେଇ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲା। ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରି ବ୍ଲାକମେଲିଂ କରି ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିଲା। ଛାତ୍ରୀ ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ପାଇଁ ୨୦୨୫ ମେରେ ସିଡିଏ ସେକ୍ଟର-୯ ଗଣେଶ ପ୍ୟାଲେସ ନିକଟରେ ଏକ ଭଡ଼ାଘରେ ରଖିଥିଲା। ଗର୍ଭପାତ ପରେ ଯେତେବେଳେ ଛାତ୍ରୀ ଏକୁଟିଆ ଥିଲେ ସେତେବେଳେ ଜ୍ଞାନରଞ୍ଜନ ବଡ଼ଭାଇ ବିଶ୍ଵରଞ୍ଜନ ମଧ୍ୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଏପରିକି ଦୁଇ ଭାଇ ମିଶି ହତ୍ୟା ଉଦ୍ୟମ କରିଥିଲେ। ଯୁବତୀ ଜଣକ ଲୋକଲଜ୍ଜା ଭୟରେ ପରିବାର ଲୋକ କାହାକୁ କିଛି କହି ନ ଥିଲେ। ପରେ ଦୁଇ ଭାଇ ମିଶି ବ୍ଲାକମେଲ କରି ୨ ଲକ୍ଷ ଟଙ୍କା ନେଇଥିଲେ ।
ଭୟରେ ଛାତ୍ରୀ ଭୁବନେଶ୍ଵର ଛାଡ଼ି ପାରାଦୀପରେ ଏକ କମ୍ପାନିରେ କାମ କରୁଥିବା ଜାଣି ଅଭିଯୁକ୍ତ ସେଠାରେ ପହଞ୍ଚି ନିର୍ଯାତନା ଦେଇଥିଲେ। ଛାତ୍ରୀଙ୍କ ସିମକାର୍ଡ ନେଇ ସେଥିରେ ମେଲ୍ ଓ ସୋସିଆଲ ମିଡିଆ ବ୍ୟବହାର କରି ଅଶ୍ଳୀଳ ଫଟୋ, ଭିଡିଓ ଛାଡ଼ିଥିଲେ| ଏହାକୁ ନେଇ ଛାତ୍ରୀ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମୋବାଇଲ ଫୋନକୁ ଯାଞ୍ଚ କରିବା ପରେ ଏକାଧିକ ଛାତ୍ରୀ ଓ ଯୁବତୀଙ୍କ ଅଶ୍ଳୀଳ ଫଟୋ, ଭିଡିଓ ପାଇଛି ପୁଲିସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories