Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

35 କିଲୋ ବଦଳରେ ହିତାଧିକାରୀଙ୍କୁ ଦିଆଯାଉଛି 27 କିଲୋ

Banajyotshna Ray
Browse all articles by Banajyotshna Ray
·1 year ago·1 min read
35 କିଲୋ ବଦଳରେ ହିତାଧିକାରୀଙ୍କୁ ଦିଆଯାଉଛି 27 କିଲୋ

ଅର୍ଗସ ବ୍ୟୁରୋ:  ହିତାଦିକାରୀଙ୍କୁ ନିମ୍ନମାନର ମାଣ୍ଡିଆ ଦିଆଯାଉଥିବା ଅଭିଯୋଗ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଭୈରବଗଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ଭୁଖର । ମାଣ୍ଡିଆ ବଣ୍ଟନ ସମୟରେ ଯୋଗାଣ ସହାୟକ ୩୫ କିଲୋ ବଦଳରେ ହିତାଧିକାରୀଙ୍କୁ ଦେଉଛନ୍ତି ୨୭ କିଲୋ ମାଣ୍ଡିଆ । ଯାହାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ପ୍ରତିବାଦ । ସ୍ଥାନୀୟ ଯୋଗାଣ ନିରିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ।

ମୁନିଗୁଡା ପଞ୍ଚାୟତ ଠାରେ ମଧ୍ୟ ସମାନ ପରିସ୍ଥିତି । ଏଠାରେ ହିତାଦିକାରୀଙ୍କୁ ଚାକୁଣ୍ଡା ମଞ୍ଜି ମିଶ୍ରିତ ମାଣ୍ଡିଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ମାଣ୍ଡିଆରେ ଚାକୁଣ୍ଡା ମଞ୍ଜି ବାହାରିବା ଘଟଣାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ ଧାର୍ଯ୍ୟ ଠାରୁ ବହୁତ କମ୍ ମାଣ୍ଡିଆ ଦିଆଯିବା ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନକୁ ଦୃଡ ବିରୋଧ କରିଛନ୍ତି । ମୁନିଗୁଡା ବିଭାଗୀୟ ଅଧିକାରୀ କହିଛନ୍ତି ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । 
ସବୁଠାରୁ ବଡପ୍ରଶ୍ନ 
1. ସରକାରଙ୍କ ଧାର୍ଯ୍ୟ ୩୫ କିଲୋ ବଦଳରେ ୨୭ କିଲୋ ହିତାଧିକାରୀଙ୍କୁ କାହିଁକି ଦେଉଥିଲେ ସ୍ଥାନୀୟ ଯୋଗାଣ ନିରୀକ୍ଷକ ? 
2. ଚାକୁଣ୍ଡାମଞ୍ଜି ମିଶ୍ରିତ ନିମ୍ନମାନର ମାଣ୍ଡିଆ ଆସିଲା କୁଆଡୁ ?
3. ମୁନିଗୁଡା ପ୍ରଶାସନର ଜାଣତରେ ଏସବୁ କାର୍ଯ୍ୟ ହେଉଥିଲା କି ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Instead of 35 kg, beneficiaries are given 27 kg | Argus News