Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହକ୍ କାମ କଲେ ମିଳୁନି ପାଉଣା , ଶ୍ରମିକଙ୍କୁ ଟଙ୍କା ମିଳିବା ବଦଳରେ ଅନ୍ୟ ଆକାଉଣ୍ଟରେ ହେଉଛି ଟଙ୍କା ଜମା

Odisha

ହକ୍ କାମ କଲେ ମିଳୁନି ପାଉଣା , ଶ୍ରମିକଙ୍କୁ ଟଙ୍କା ମିଳିବା ବଦଳରେ ଅନ୍ୟ ଆକାଉଣ୍ଟରେ ହେଉଛି ଟଙ୍କା ଜମା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହକ୍ କାମ କଲେ ମିଳୁନି  ପାଉଣା , ଶ୍ରମିକଙ୍କୁ ଟଙ୍କା ମିଳିବା ବଦଳରେ ଅନ୍ୟ  ଆକାଉଣ୍ଟରେ ହେଉଛି ଟଙ୍କା ଜମା

ଅର୍ଗସ ବ୍ୟୁରୋ: କାମ କରୁଛନ୍ତି ହେଲେ ପାଉଣା ପାଉ ନାହାନ୍ତି ଶ୍ରମିକ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମାନଝରି ପଞ୍ଚାୟତରରୁ ଆସିଛି ଏଭଳି ଅଭିଯୋଗ। ୨୦୨୩ ମସିହାରେ ମନରେଗା ଯୋଜନାରେ ଖଲିଆକୁର୍ଲା ପୋଖରୀ କାମ ଆରମ୍ଭ କରାଯାଇଥିଲା । ସ୍ଥାନୀଯ ପ୍ରଶାସନର ଉପସ୍ଥିତିରେ ଆରମ୍ଭ ହୋଇଥିଲା ପୋଖରୀ କାମ .. ହେଲେ ପାଉଣା ନ ପାଇଁ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଖଲିଆକୁର୍ଲା ପୋଖରୀ ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଅଟକଳ ହୋଇଥିବା ବେଳେ ଏଥିରେ ୭ ଲକ୍ଷ ଟଙ୍କା ଶ୍ରମିକ ପ୍ରାପ୍ୟ ଓ ୩ଲକ୍ଷ ଟଙ୍କା ମେଟେରିଆଲ ରହିଛି । ସ୍ତାନୀୟ ପ୍ରଶାସନର ମନମ୍ମୁଖୀ କାର୍ଯ୍ୟ ଯୋଗୁଁ ହନ୍ତସନ୍ତ ହେଉ୨ଛନ୍ତି ଶ୍ରମିକ। କାମ ହାସଲ କଲେ ଦେଲେନି ପାଉଣା , ବର୍ତ୍ତମାନ ନୁଆ ଜିଆରଏସ ଯୋଗ ଦେବା ଫଳରେ କାମ କୁ ବନ୍ଦ କରିଛନ୍ତି । ଅନ୍ୟ ପକ୍ଷରେ ୩ ମାସ ବିତିଯାଇଥିଲେ ମଧ୍ୟ ଶ୍ରମିକ ମାନେ ଆଜି ପର୍ଯ୍ୟନ୍ତ ନିଜର ପ୍ରାପ୍ୟ ପାଇ ନାହାଁନ୍ତି ।

କାମ ଆରମ୍ଭ ପୂର୍ବରୁ ସୂଚନା ବୋର୍ଡ ଲଗାଇବା ବାଧ୍ୟତାମୂଳକ ଥିବା ବେଳେ ଏହି ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଆଜି ପର୍ଯ୍ୟନ୍ତ ଏହି କାମର ସୂଚନାବୋର୍ଡ ମଧ୍ୟ ନାହିଁବ।  ତୁରନ୍ତ ୩୦୦ ଗରିବ ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ଯୋଗାଇଦେବାକୁ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Instead of getting money to the worker, the money is deposited in another account | Argus News