Videos
|
Odisha

ଓଡ଼ିଆ ସ୍କୁଲ ବଦଳରେ ତେଲୁଗୁ ସ୍କୁଲରେ ଲାଇନ ଲଗାଉଛନ୍ତି ଓଡ଼ିଆ ପିଲା

Smruti Parija
Browse all articles by Smruti Parija
·2 years ago·2 min read
ଓଡ଼ିଆ ସ୍କୁଲ ବଦଳରେ ତେଲୁଗୁ ସ୍କୁଲରେ ଲାଇନ ଲଗାଉଛନ୍ତି ଓଡ଼ିଆ ପିଲା

କୋରାପୁଟ: ୨୩ ବର୍ଷର ଆଞ୍ଚଳିକ ଦଳର ଓଡ଼ିଆ ଭାଷା ଓ ସୀମା ପାଇଁ ନାହିଁ ଦରଦ ।  କୁଆଡେ ଗଲା ସୀମାରେ ବିଜେଡିର ଭାଷା ସୁରକ୍ଷା  ପ୍ରତିଶ୍ରୁତି ? କୋଟିଆରେ ଶିକ୍ଷାର ବିକଳ ଚିତ୍ର ।  ଓଡ଼ିଆ ସ୍କୁଲ ବଦଳରେ ତେଲୁଗୁ ସ୍କୁଲରେ ଲାଇନ ଲଗାଉଛନ୍ତି ଓଡ଼ିଆ ପିଲା । ଧୂଳିପଦରରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । 

ଗୋଟିଏ ପଟେ ଓଡ଼ିଆ ସ୍କୁଲର ଦୟନୀୟ ସ୍ଥିତି, ଅନ୍ୟପଟେ ଆନ୍ଧ୍ର ସ୍କୁଲରେ ପକ୍କାଘର ସହ ଲାଗିଛି ଫ୍ୟାନ, ଲାଇନ୍ ଇତ୍ୟାଦି।  ସେପଟେ ଟିଣ ଘରେ ବସି ବସି ଫେରୁଛନ୍ତି ଓଡ଼ିଆ ଶିକ୍ଷକ। ଇଏ ହିଁ ହେଉଛି ୨୩ ବର୍ଷର ବିଜେଡି ସରକାରର ଓଡ଼ିଆ ଭାଷା ସୁରକ୍ଷାର ବାସ୍ତବତା । ସୀମାରେ ସଙ୍କଟରେ ଓଡ଼ିଆ ଭାଷା ଓ ସଂସ୍କୃତି । ସଙ୍କଟରେ ଓଡିଆଙ୍କ ପରିଚୟ ।  ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ  ଦିବସ ପାଳନ ପାଇଁ କୋଟିଆ ଗସ୍ତବେଳେ ଆଦିବାସୀ ଛାତ୍ରଙ୍କ ଦୁଃଖ ଶୁଣି କୁଇ ଦେଶିଆ ଭାଷାରେ ଶିକ୍ଷାଦାନ ପାଇଁ ନିଷ୍ପତି ନେବା ସହ  କୋରାପୁଟ ସୁନାବେଢ଼ାରେ ଶିକ୍ଷକମାନଙ୍କୁ  କୁଇ ଦେଶିଆ ଭାଷାରେ ତାଲିମ ପାଇଁ ବ୍ୟବସ୍ଥା ହୋଇଥିଲା।  କୁଇ ଓ ଦେଶିଆ ପୁସ୍ତକକୁ ମଧ୍ୟ ଭର୍ଚୁଆଲରେ ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ୨୩ ବର୍ଷର ଆଞ୍ଚଳିକ ଦଳର ରାଜନୈତିକ ଇଚ୍ଛାଶକ୍ତି ତ ନାହିଁ, ଓଡ଼ିଆ ସ୍ବାଭିମାନ ପ୍ରତି ବି ନାହିଁ ଦରଦ।

ଅଧିକ ପଢନ୍ତୁ: କୋଟିଆରେ ଆନ୍ଧ୍ରର ଉଗ୍ରରୂପ : ଧୂଳିପଦରରେ ଲଗାଇଲା ତେଲୁଗୁ ଫଳକ  

ସୀମାନ୍ତ ଓ ବାହାର ରାଜ୍ୟରେ ଓଡ଼ିଆମାନେ ବସବାସ କରୁଥିବା ଅଂଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ  ବିଧାନସଭାର ସଂଖ୍ୟାଲଘୁ ଭାଷା ଗୃହକମିଟିର ପ୍ରଥମ ବୈଠକ ଗତ ଜାନୁଆରି ୩ ତାରିଖରେ ହୋଇଥିଲା । ସୀମାନ୍ତ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିର କେମିତି ସୁରକ୍ଷା ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ସଂସ୍କୃତି ବିଭାଗ ପ୍ରୟାସ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ କୋଟିଆର ଏହି ଦୃଶ୍ୟ ବୟାନ କରୁଛି ସରକାର କେମିତି କରୁଛନ୍ତି ପ୍ରୟାସ। ବଡ ପ୍ରଶ୍ନ, ଭାଷା ସୁରକ୍ଷାର ଲୋକ ଦେଖାଣିଆ ପ୍ରୀତି ଆଉ କେତେ ଦିନ ଦେଖାଇବେ ରାଜ୍ୟ ସରକାର ? ସୀମାରେ ଓ ସୀମା ବାହାରେ ଓଡ଼ିଆ ଭାଷାର ସୁରକ୍ଷା ନେଇ କେବେ ତଦାରଖ କରିବ ବିଧାନସଭା ଗୃହ କମିଟି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Instead of odia school, an odia child is lining up for a Telugu school-in-kotia | Argus News