ଖୋଲା ମଂଚରୁ ଓଡିଆ ଅସ୍ମିତାକୁ ଅପମାନ

ସମ୍ବଲପୁର: ଖୋଲା ମଞ୍ଚରୁ ଓଡ଼ିଆ ଅସ୍ମିତାକୁ ଅପମାନ। ନବୀନଙ୍କ ଉପସ୍ଥିତିରେ ସ୍ବଭାବ କବିଙ୍କୁ ସନ୍ଥକବି କହିଲେ ତାଙ୍କ ଉତ୍ତରାଧିକାରୀ ପାଣ୍ଡିଆନ॥ ଭୁଲିଗଲେ ଭୀମଭୋଇଙ୍କ ଉପାଧୀ। ଖଣ୍ଡି ଓଡ଼ିଆ ରାଜରେ ଭୁଲୁଣ୍ଠିତ ଓଡ଼ିଆ ସ୍ବାଭିମାନ.। ଉପକୂଳରୁ ଉପାନ୍ତ ଆହତ ଓଡ଼ିଆ ଭାବାବେଗ। ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟରେ ଏ କି ଅଜବ ସ୍ଥିତି ? ସାରା ରାଜ୍ୟରେ ଅପମାନର ନିଆଁ...24 ମହାଲଢେଇରେ ଖଣ୍ଡି ଓଡିଆ ଯୁଗର ହେବ କି ଅନ୍ତ ?
ସମ୍ବଲପୁରରେ ପ୍ରଚାର କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ନିଜକୁ ନବୀନଙ୍କ ଉତ୍ତରାଧିକାରୀ କହୁଥିବା ପାଣ୍ଡିଆନ, ଓଡିଆ ଭାଷା, ସଂସ୍କୃତି, ସ୍ବାଭିମାନ ଓ ଅସ୍ମିତାକୁ କଲେ ଅପମାନିତ...ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ଓଡିଆ ବରପୁତ୍ରଙ୍କ ନାଁ ଉଚ୍ଚାରଣ ବେଳେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ ସନ୍ଥ କବି.. ଆଉ ଭୁଲି ଗଲେ ଭୀମ ଭୋଇଙ୍କ ଉପାଧି । ପାଣ୍ଡିଆନଙ୍କ ଏ ଭାଷଣ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଛନ୍ତି ସ୍ବଭାବ କବି ଓ ସନ୍ଥ କବି ମଧ୍ୟରେ ଫରକ ଯିଏ ଜାଣି ନାହାଁନ୍ତି ସିଏ କହୁଛନ୍ତି ଓଡିଶାର ନେତା ହେବେ। ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡିଶାରେ ଓଡିଆ ବରପୁତ୍ରଙ୍କୁ ଅପମାନ ନେଇ ଉପକୁଳରୁ ଉପାନ୍ତ ଆହତ ହୋଇଛି ଓଡିଆ ଭାବାବେଗ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ ନେତା କହିଥିଲେ ପାଣ୍ଡିଆନ ନେତା ହେଲେ ଓଡିଆ ସ୍ବାଭିମାନ ଭୁଲୁଣ୍ଟିତ ହେବ.. ବିଜେପି ସରକାରକୁ ଆସିଲେ ଓଡିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ ମୋଦି। ଖଣ୍ଡି ଓଡିଆଙ୍କ ହାତରେ ଏବେ ଓଡିଶା ଶାସନର ଡୋରି.. ନେତୃତ୍ବ ନେଉଥିବା ନେତାଙ୍କ ଓଡିଆ ଭାଷା ସହ ସଂପର୍କ ନାହିଁ... ପଦୁଟିଏ ଶୁଦ୍ଦ ଓଡିଆ କହିପାରୁନଥିବା ଲୋକ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ... ଆଉ ଏବେ ଚର୍ଚ୍ଚା ତାଙ୍କର ଉତ୍ତରାଧିକାରୀ ଭାବେ ପଛପଟ ଦ୍ବାରରେ କ୍ଷମତା ଦଖଲ ପାଇଁ ଚେଷ୍ଟା କରୁଥିବା ତାମିଲ ବାବୁ ବି ଓଡିଆ ସ୍ବାଭିମାନକୁ କରୁଛନ୍ତି ଭୁଲୁଣ୍ଠିତ...
ଅଧିକ ପଢନ୍ତୁ ଓଡ଼ିଶା ଖବର